ପଣଜି: ବଲିଉଡର ଲୋକପ୍ରିୟ ନାୟିକା ଜରିନ୍ ଖାନ୍ ଏବେ ପୁଣି ଚର୍ଚ୍ଚାରେ। ଅବଶ୍ୟ ଏଥର ସେ କିଛି ସେଭଳି କାମ କରି ନାହାଁନ୍ତି,ଯେଉଁଥି ପାଇଁ ଚର୍ଚ୍ଚାରେ ରହିବେ। ତେବେ ତାଙ୍କ କାର୍ ପାଇଁ ଏବେ ସମାଲୋଚିତ ହୋଇଛନ୍ତି ଜରିନ୍ ଖାନ୍।
ସଲମାନ୍ ଖାନ୍ଙ୍କ ବିପକ୍ଷରେ ନାୟିକା ସାଜି ‘ବୀର୍’ ଫିଲ୍ମରୁ ବଲିଉଡରେ ପାଦ ଥାପିଥିବା ଜରିନ ଖାନ ଗତକାଲି ପଣଜିରେ ଥିଲେ। ସେ ପଣଜିରେ ନିଜ କାରରେ ଯାଉଥିବା ବେଳେ ତାଙ୍କ କାର୍ ସ୍କୁଟରରେ ଯାଉଥିବା ଜଣେ ଲୋକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଘଟିବା ପରେ ଆହତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ନୀତେଶ ଗୋରାଲଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ ବ୍ୟକ୍ତି ନୀତେଶଙ୍କ ବୟସ ୩୧ ବର୍ଷ। ସେ ଗୋଆର ସମୁଦ୍ର ତଟବର୍ତ୍ତୀ ଏକ ଗାଆଁ ବାସିନ୍ଦା।
/sambad/media/post_attachments/wp-content/uploads/2018/12/Zareen_KHan-1.jpg)
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣା ସମୟରେ ଜରିନ୍ଙ୍କ ଡ୍ରାଇଭର ଅଲ୍ଲୀ ଅବ୍ବାସ କାର୍ ଚଳାଉଥିଲେ। ଏହି ଦୁର୍ଘଟଣା ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ୍ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/zareen-NBT-image-23-1.jpg)