ମୁମ୍ବାଇ: ତାମିଲ୍ ସୁପର୍ଷ୍ଟାର୍ ରଜନୀକାନ୍ତ ଏବଂ ତମନ୍ନା ଭାଟିଆଙ୍କ ଯୋଡ଼ିକୁ ଦେଖିବା ପାଇଁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି। ସେ ‘ଜେଲ୍ର୍’ ଚଳଚ୍ଚିତ୍ରରେ ଏକତ୍ର ନଜର ଆସିବେ। ଫିଲ୍ମରେ ରଜନୀକାନ୍ତ ଓ ତମନ୍ନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।
ପରଦାରେ ରଜନୀକାନ୍ତ-ତମନ୍ନାଙ୍କ ଯୋଡ଼ି ଓ ରୋମାନ୍ସ ଦେଖିବାକୁ ପ୍ରଶଂସକ ଅପେକ୍ଷା କରି ରହିଥିବା ବେଳେ ନିକଟରେ ରିଲିଜ୍ ହୋଇଥିବା ଏକ ଗୀତରେ ତମନ୍ନା ଜବରଦସ୍ତ ନାଚ ନାଚିଛନ୍ତି।
ଏହି ଦୁଇ କଳାକାରଙ୍କ ମଧ୍ୟରେ ୩୯ ବର୍ଷର ବୟସ ବ୍ୟବଧାନ ରହିଛି। ତମନ୍ନାଙ୍କୁ ୩୩ ବର୍ଷ ବୟସ ହୋଇଥିବା ବେଳେ ରଜନୀକାନ୍ତଙ୍କୁ ଏବେ ୭୨ ବର୍ଷ। ଦୁଇ କଳାକାରଙ୍କ ମଧ୍ୟରେ ଏତେ ବୟସ ବ୍ୟବଧାନ ଥିବା ହେତୁ ଦୁହିଁଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି।
ରଜନୀକାନ୍ତଙ୍କ ପୂର୍ବରୁ ତମନ୍ନା ୬୭ ବର୍ଷୀୟ ଚୀରଞ୍ଜିବୀଙ୍କ ବିପକ୍ଷରେ ‘ଭୋଲା ଶଙ୍କର୍’ରେ ରୋଲ୍ କରି ସାରିଛନ୍ତି। ନିକଟରେ ଅତ୍ୟଧିକ ବୟସ ବ୍ୟବଧାନ ଥିବା ଅଭିନେତାମାନଙ୍କ ସହ ଅଭିନୟ କରିବା ନେଇ ନିଜର ମତ ରଖିଛନ୍ତି ତମନ୍ନା। ସେ କହିଛନ୍ତି କି ‘ପରଦାରେ ଯେଉଁ ଚରିତ୍ର ନିଭାଉଛୁ, ତାହାକୁ ଦେଖନ୍ତୁ। ବୟସ ବ୍ୟବଧାନ ଦେଖନ୍ତୁ ନାହିଁ’।
ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଥାଲାଇଭର୍ ୧୭୦’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଖୁସି ହୋଇଯିବେ। ରିପୋର୍ଟ ଅନୁଯାୟୀ, ଭାରତୀୟ ସିନେମାର ଦୁଇ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତଙ୍କୁ ଏକାଠି ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିପାରେ। ସେମାନେ ଏକାଠି ‘ହମ୍’, ‘ଅନ୍ଧା କାନୁନ’, ‘ଗିରଫତାର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।