ମୁମ୍ବାଇ: ସାମନ୍ଥା ରୁଥ୍ ପ୍ରଭୁ ସାଉଥ୍ ସହ ସହ ବଲିଉଡ୍ରେ ବି ଏବେ ସକ୍ରିୟ ରହିଛନ୍ତି। ସେ ନିଜ କାମକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କ କାମକୁ ପ୍ରଶଂସକମାନେ ଢେର୍ ପ୍ରଶଂସା କରୁଛନ୍ତି।
କାମ ବ୍ୟତୀତ ସାମନ୍ଥା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚିତ ମଧ୍ୟ। ଅଭିନେତ୍ରୀଙ୍କ ବିବାହ ଅତୀତରେ ସାଉଥ୍ ସୁପର୍ଷ୍ଟାର୍ ନାଗା ଚୈତନ୍ୟଙ୍କ ସହ ହୋଇଥିଲା। ମାତ୍ର ବିବାହର ୪ ବର୍ଷ ପରେ ସେମାନଙ୍କ ଛାଡ଼ପତ୍ର ବି ହୋଇ ଯାଇଥିଲା।
ସାମନ୍ଥାଙ୍କ ପାଇଁ ତାହା ଖୁବ୍ ମୁସ୍କିଲ୍ ମୁହୁର୍ତ୍ତ ଥିଲା। ତାଙ୍କୁ ଏକ ସାଂଘାତିକ ରୋଗ ବି ହୋଇଥିଲା। ତେବେ ଏବେ ସାମନ୍ଥାଙ୍କୁ ନେଇ ନୂଆ ନୂଆ କଥା ସବୁ ଶୁଣିବାକୁ ମିଳୁଛି।
ତେବେ ନିକଟରେ ସାମନ୍ଥା ନିଜ ଜୀବନର ଏକ ଦୁଃଖ ବଖାଣିଛନ୍ତି। ମାଆ ବନିବା ପ୍ରତ୍ୟେକ ନାରୀଙ୍କ ସ୍ବପ୍ନ ହୋଇଥାଏ। ଏହି ଅଧୁରା ସ୍ବପ୍ନକୁ ନେଇ ନିକଟରେ ଏକ ସାକ୍ଷାତ୍କାରରେ ଅଭିନେତ୍ରୀ ତାଙ୍କ ଦୁଃଖ ବଖାଣିଛନ୍ତି।
ସେ ନିଜକୁ ଖୁବ୍ ଦମ୍ଭ ମଣିଷ ବୋଲି କହିଛନ୍ତି। ଏହାବ୍ୟତୀତ ମାଆ ବନିବାର ସ୍ବପ୍ନ ତାଙ୍କୁ ବେଳେ ବେଳେ ଦୁର୍ବଳ କରିଦିଏ ବୋଲି ସେ ସ୍ବୀକାର ମଧ୍ୟ କରିଛନ୍ତି।
ସେ କହନ୍ତି କି ଛାଡ଼ପତ୍ର ପରେ ମୋତେ ଏବେ ବି ଲାଗୁନାହିଁ ଯେ ବହୁତ ବିଳମ୍ବ ହୋଇଛି ବୋଲି। ମୋର ମୂଳରୁ ଏହି ସ୍ବପ୍ନ ଥିଲା ଓ ଏହା ଖୁବ୍ ସୁନ୍ଦର ମୁହୂର୍ତ୍ତ ହେବ ମୋ ଜୀବନର ବୋଲି ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/13/g3HruMx0lMJsO5xjyse7.jpg)