ଅଶ୍ଳୀଳ ଫିଲ୍ମ ସୁଟିଂ ମାମଲା: ରାଜଙ୍କ ଅଫିସର ୪ ଜଣ କର୍ମଚାରୀ ହୋଇପାରନ୍ତି ସାକ୍ଷୀ!

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ସୁଟିଂ ମାମଲାରେ ଗିରଫ ହୋଇଥିବା ଜଣାଶୁଣା ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବର୍ତ୍ତମାନ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ହେପାଜତରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଜାଗ୍ରେ ରାଜଙ୍କୁ ପଚରାଉଚରା କରାଯାଉଛି। ତେବେ ବର୍ତ୍ତମାନ ଏହି ଘଟଣା ସହ ଜଡିତ ଅନେକ ତାଜା ଖବର ସାମ୍ନାକୁ ଆସିବାରେ ଲାଗିଛି | ନିକଟରେ ସୂଚନା ଆସିଛି ଯେ ରାଜ କୁନ୍ଦ୍ରାଙ୍କ କମ୍ପାନୀରେ କାର୍ଯ୍ୟ କରୁଥିବା ୪ ଜଣ ବ୍ୟକ୍ତି ଏହି ଘଟଣାର ସାକ୍ଷୀ ହୋଇଛନ୍ତି।

ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଏହି ପ୍ରସଙ୍ଗରେ କେଉଁ ମୋଡ଼ ଆସିବ ତାହା ଦେଖିବାକୁ ବାକି ରହିଲା | ନ୍ୟୁଜ୍ ଏଜେନ୍ସି ଏଏନଆଇ କହିଛି ଯେ ଅଶ୍ଳୀଳ ଫିଲ୍ମ ସୁଟିଂ ମାମଲାରେ ଅଭିଯୁକ୍ତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସହ କାମ କରୁଥିବା ଚାରି ଜଣ କର୍ମଚାରୀ ଏହି ଘଟଣାର ସାକ୍ଷୀ ହୋଇଛନ୍ତି । ତେବେ ଏହି ରିପୋର୍ଟରେ ସାକ୍ଷୀ ହୋଇଥିବା ସେହି ୪ ଜଣଙ୍କ ନାମ ପ୍ରକାଶ କରାଯାଇନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଚାରିଜଣ ସାକ୍ଷୀ ରାଜ କୁନ୍ଦ୍ରାଙ୍କ ବ୍ୟବସାୟ କାରବାର ବିଷୟରେ ପୁଲିସକୁ ଜଣାଇବାକୁ ଯାଉଛନ୍ତି।

ସୂଚନା ଥାଉ କି ଯେ ଗତ ଶନିବାର ଦିନ କ୍ରାଇମ ବ୍ରାଞ୍ଚ ଟିମ୍ ରାଜ କୁନ୍ଦ୍ରାଙ୍କ ଅଫିସ ଯାଞ୍ଚ କରିଥିଲା। ଆଉ କ୍ରାଇମବ୍ରାଞ୍ଚ ରାଜଙ୍କ ଏହି କାର୍ଯ୍ୟାଳୟରୁ ଏକ ଲକର ପାଇଛି ଯାହାକୁ ଲୁଚାଇ ରଖାଯାଇଥିଲା। କୁହାଯାଉଛି ଯେ ଏହି ଲକରରୁ ଅନେକ ବ୍ୟବସାୟିକ ଦଲିଲ ଏବଂ କ୍ରିପ୍ଟୋ ମୁଦ୍ରା ଜବତ କରାଯାଇଛି।

ସମ୍ବନ୍ଧିତ ଖବର