‘ବାହୁବଲୀ’ ପାଇଁ ୫,୦୦୦ବିବାହ ପ୍ରସ୍ତାବକୁ ନାଁ କହିଥିଲେ ପ୍ରଭାସ, ୨୫କୋଟିରେ ସାଇନ୍‌ କରିଥିଲେ ଫିଲ୍ମ

ମୁମ୍ବାଇ : ‘ବାହୁବଲୀ’ ଫିଲ୍ମର ପ୍ରଥମ ଭାଗ ରିଲିଜ୍‌ ହେବା ପରେ ଦର୍ଶକଙ୍କ ମଧ୍ୟରେ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳିଥିଲା, ତାହା ବୋଧ ହୁଏ ଆଉ ଅନ୍ୟ କୌଣସି ଫିଲ୍ମକୁ ମିଳିଥିବ । ପ୍ରଥମ ଭାଗ ରିଲିଜ୍‌ ହେବାର ବର୍ଷକ ପରେ ଦ୍ୱିତୀୟ ଭାଗ ରିଲିଜ୍‌ ହୋଇଥିଲା । କିନ୍ତୁ ଏହି ବର୍ଷକ ମଧ୍ୟରେ ବାହୁବଲୀ କଟ୍ଟପାକୁ କାହିଁକି ମାରିଲେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ପ୍ରଶ୍ନର ଉତ୍ତର ବର୍ଷକ ପରେ ମିଳିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବାହୁବଲୀ ଅନେକ ରେକର୍ଡ ବ୍ରେକ୍‌ କରିବା ସହ ସାରା ଦୁନିଆରେ ୬୫୦କୋଟି ଆୟ କରିବାରେ ପ୍ରଥମ ସାଉଥ ଫିଲ୍ମ ବନିଥିଲା । ଏହି ଫିଲ୍ମଟି ପ୍ରଭାସଙ୍କୁ ରାତାରାତି ଇଣ୍ଟରନ୍ୟାସନାଲ ଷ୍ଟାର ବନାଇ ଦେଇଥିଲା ।

India Today

ଥରକରେ ଗୋଟେ ଫିଲ୍ମ କରିବାକୁ ପସନ୍ଦ କରୁଥିବା ପ୍ରଭାସ ଗୋଟେ ଫିଲ୍ମ ଶେଷ କରିବା ପାଇଁ ୬୦୦ଦିନ ସମୟ ନେଇଥାନ୍ତି । କିନ୍ତୁ ଏହି ଫିଲ୍ମକୁ ଶେଷ କରିବା ପାଇଁ ତାଙ୍କୁ ୫ବର୍ଷ ସମୟ ଲାଗିଥିଲା । ଯାହା ପାଇଁ ସେ ୫ବର୍ଷ ପର୍ଯ୍ୟନ୍ତ ଅନ୍ୟ କୌଣସି ଫିଲ୍ମର ଅଫର ଗ୍ରହଣ ନ କରିବା ସହ ୫,୦୦୦ବିବାହ ପ୍ରସ୍ତାବକୁ ମଧ୍ୟ ନାଁ କହିଥିଲେ ।

ସମ୍ବନ୍ଧିତ ଖବର