ଦ୍ବିତୀୟ ବିବାହର ୩ମାସ ପରେ ଗର୍ଭବତୀ ହେଲେ ଦଲଜିତ୍ !

ମୁମ୍ବାଇ: ନିର୍ଯାତନା ଦେଉଥିବା ଶାଲିନଙ୍କଠାରୁ ଅଲଗା‌ ହୋଇ ଏବେ ନୂଆ ଜୀବନସାଥୀ ପାଇଛନ୍ତି ଅଭିନେତ୍ରୀ ଦଲଜିତ କୌର। ମାର୍ଚ୍ଚରେ ସେ ନିଖିଲ ପଟେଲଙ୍କୁ ବିବାହ କରିଥିଲେ। ଅଭିନେତା ଶାଲିନ ଭ‌ନୋଟଙ୍କଠାରୁ ଅଲଗା ହେବା ପରଠାରୁ ଏକାକୀ ଜୀବନ ବଞ୍ଚୁଥିଲେ ଦଲଜିତ। ହେଲେ ପରେ ତାଙ୍କ ହାତ ଧରିବାକୁ ଆଗକୁ ଆସିଥିଲେ ଫାଇନାନ୍ସ କମ୍ପାନିରେ କାମ କରୁଥିବା ବ୍ରିଟେନର ନିଖିଲ ପଟେଲ। ଜାନୁଆରି ୩ରେ ନେପାଳରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ମାର୍ଚ୍ଚରେ ଦୁହେଁ ବିବାହ କରିଥିଲେ। ଦଲଜିତଙ୍କ ଗୋଟିଏ ପୁଅ ଥିବା ବେଳେ ନିଖିଲ ଦୁଇଟି ଝିଅଙ୍କ ବାପା। ତେବେ ନିଖିଲ ଏବେ କେନିଆରେ ରହୁଥିବାରୁ ଦଲଜିତ୍ ଭାରତ ଛାଡ଼ି କେନିଆରେ ରହିବା ଆରମ୍ଭ କରିଛନ୍ତି।

ବିବାହ ପରେ ‌‌ସେ ନିଖିଲ ଓ ପିଲାଙ୍କ ସହ ସମୟ କଟାଉଥିବାର ଅନେକ ଭିଡିଓ ସେୟାର କରିଛନ୍ତି। ବିବାହ ପରେ ପରେ ଦଲଜିତ୍ ନିଜ ଭିଡିଓ ମାଧ୍ୟମରେ ନିଜ ବିଶେଷ ମୂହୁର୍ତ୍ତ ସବୁ ସେୟାର କରୁଥିବା ବେଳେ ଏବେ ତାଙ୍କର ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଲଜିତ୍ କରିଥିବା ପୋଷ୍ଟରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଦଲଜିତ୍ ନିଖିଲଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦୁହେଁ ବହୁ୍ତ ଖୁସିଥିବା ଦେଖାଯାଇଛି। ଏହି ଫଟୋର କ୍ୟାପସନରେ ଦଲଜିତ୍ ଲେଖିଛନ୍ତି ଗର୍ବିତ ପିତାମାତା।

ଦଲଜିତ ହାସଟ୍ୟାଗ୍ ଦେଇ ‘ପ୍ରାଉଡପ୍ୟାରେଣ୍ଟ୍ସ’ ଲେଖିବା ପରେ ସେ ପୁଣି ଥରେ ଗର୍ଭବତୀ ଥିବା ନେଇ ଲେ‌ାକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ତେବେ ଏହି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଦଲଜିତ୍। ତେଣୁ ପ୍ରକୃତରେ ସେ ଗର୍ଭବତୀ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର