ମୁମ୍ବାଇ: ନିର୍ଯାତନା ଦେଉଥିବା ସ୍ବାମୀ ଶାଲିନଙ୍କଠାରୁ ଅଲଗା ହୋଇ ଏବେ ନୂଆ ଜୀବନସାଥୀ ପାଇ ସାରିଛନ୍ତି ଟିଭି ଅଭିନେତ୍ରୀ ଦଲଜିତ କୌର। ସେ ଦ୍ବିତୀୟ ବିବାହ କରି ନିଜର ଏକ ନୂଆ ସଂସାର ବସାଇଛନ୍ତି। ସେ କେନିଆରେ ନିଜ ପତି ଓ ପିଲାମାନଙ୍କ ସହ ନୂଆ ବୈବାହିତ ଜୀବନକୁ ଉପଭୋଗ କରୁଛନ୍ତି। ତେବେ ବିବାହ ପରଠାରୁ ଦଲଜିତଙ୍କୁ ଟ୍ରୋଲର୍ସ ବିଭିନ୍ନ କଥାକୁ ନେଇ ଟ୍ରୋଲ୍ କରୁଛନ୍ତି।
ଦଲଜିଜ୍ ବି ଜବାବ ଦେବାରେ କିଛି କମ୍ ନୁହଁନ୍ତି। ନିକଟରେ ଜଣେ ଟ୍ରୋଲର୍ସଙ୍କୁ ମୁହତୋଡ଼ ଜବାବ ଦେଇଛନ୍ତି ଅଭିନେତ୍ରୀ। ଦଲ୍ଜିତଙ୍କୁ ଇନ୍ଷ୍ଟାଗ୍ରାମ୍ରେ ଜଣେ ବ୍ୟବହାରକାରୀ ପ୍ରଶ୍ନ କଲେ କି ‘ବୁଢ଼ାକୁ କାହିଁକି ବାହାହେଲ?’ ଯାହାର ଉତ୍ତରରେ ଦଲ୍ଜିତ୍ କହିଛନ୍ତି, ‘ମୁଁ ବୁଢ଼ୀ, ସେଥିପାଇଁ ବୁଢ଼ାକୁ ବାହା ହୋଇଛି। ପର୍ଫେକ୍ଟ ମ୍ୟାଚ୍।’
ତେବେ ଏହି ପ୍ରସଂଗରେ ଦଲଜିତଙ୍କ ସ୍ବାମୀ ନିଖିଲ ବି ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି, ‘ଆମେ ବୁଢ଼ାବୁଢ଼ୀ ନୁହଁ। ଆମେ ଜୀବନରେ ଖୁବ୍ ଅନୁଭବୀ। ବୟସ କିଛି ବି ମାନେ ରଖେ ନାହିଁ।’
ଉଲ୍ଲେଖଯୋଗ୍ୟ, ବିଗ୍ ବସ୍ ୧୬ ପ୍ରତିଯୋଗୀ ତଥା ଅଭିନେତା ଶାଲିନ୍ ଭାନୋଟଙ୍କ ପୂର୍ବ ପତ୍ନୀ ଦଲଜିତ କୌରଙ୍କୁ ପୁଣି ଥରେ ଭଲପାଇବା ମିଳିଛି। ଶାଲିନଙ୍କଠାରୁ ଅଲଗା ହେବା ପରଠାରୁ ଏକାକୀ ଜୀବନ ବଞ୍ଚୁଥିଲେ ଦଲଜିତ। ହେଲେ ଏବେ ତାଙ୍କ ହାତ ଧରି ସାରିଛନ୍ତି ଫାଇନାନ୍ସ କମ୍ପାନିରେ କାମ କରୁଥିବା ବ୍ରିଟେନର ନିଖିଲ ପଟେଲ। ଜାନୁଆରି ୩ରେ ନେପାଳରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ମାର୍ଚ୍ଚରେ ଦୁହିଁଙ୍କ ବିବାହ ହୋଇସାରିଛି।