୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା

କୋଭିଡ୍ କଟକଣା କୋହଳ ହେବା ପରେ ଚଳଚ୍ଚିତ୍ର ଜଗତ ସଚଳ ହେଇଛି। ଶୀତଳ ଭଣ୍ଡାରରେ ପଡ଼ି ରହିଥିବା ଏବଂ ନୂଆକରି ନିର୍ମାଣ ହେଇଥିବା ସିନେମାଗୁଡ଼ିକ ମଧ୍ୟରୁ କିଛି ପ୍ରେକ୍ଷାଳୟରେ, କିଛି ଘରୋଇ ଚ୍ୟାନେଲ୍‌ରେ ଏବଂ ଆଉ କିଛି ଡିଜିଟାଲ୍‌ ଫ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଛି। ଚଳିତ ବର୍ଷ ଜାନୁଆରିରୁ ଅଗଷ୍ଟ; ୮ ମାସ ମଧ୍ୟରେ ମୋଟ ୪୧ଟି ସିନେମା ମୁକ୍ତିଲାଭ କରିଛି। ଦର୍ଶକ ଏଇ ତିନିଟି ମାଧ୍ୟମରେ ଏସବୁ ସିନେମା ଦେଖିଛନ୍ତି।

ଜାନୁଆରି ୨ରେ ଜି ସାର୍ଥକରେ ‘ସାହାଣୀ ଘର କାହାଣୀ’, ୧୩ ତାରିଖରେ କଞ୍ଚାଲଙ୍କା ଓଟିଟିରେ ‘ଭିଜା ମାଟିର ସ୍ବର୍ଗ’, ୧୬ରେ ଜି ସାର୍ଥକରେ ‘ଅନାମିକା ନାୟିକା’, ୨୧ରେ କଞ୍ଚାଲଙ୍କା ଓଟିଟିରେ ‘ହଉ ହଉ ହେଇଗଲାରେ’, ୨୮ରେ ଆଓ ନେକ୍ସଟ୍ ଓଟିଟିରେ ‘ଫୋର୍’ ଏବଂ ୩୦ ତାରିଖରେ ତରଙ୍ଗ ପ୍ଲସ୍‌ରେ ‘ସମାପାଜୁର ରଘୁ’ ରିଲିଜ୍ କରିଥିଲା। ସେହିପରି ଫେବ୍ରୁଆରି ୪ରେ ପ୍ରେକ୍ଷାଳୟରେ ‘ମିଷ୍ଟର କହ୍ନେୟା’, ୬ରେ ମଞ୍ଜରୀ ଟିଭିରେ ‘କ୍ରେଜି-୪’, ଜି ସାର୍ଥକରେ ‘କୁରୁକ୍ଷେତ୍ର’, ୧୩ରେ ତରଙ୍ଗ ପ୍ଲସ୍‌ରେ ‘ଅଧା ଲେଖା ଗପ’, ପ୍ରେକ୍ଷାଳୟରେ ‘ମନ ମୋର କାଗଜ ଗୁଡ଼ି’ ରିଲିଜ୍ କରିଥିଲା। ‌ମାର୍ଚ୍ଚ ୬ରେ ତରଙ୍ଗ ପ୍ଲସ୍‌ରେ ‘ଲଗାମ୍‌’ ଓ ୨୦ ତାରଖରେ ଜି ସାର୍ଥକରେ ‘ପାଣିଗ୍ରହଣ’ ଏବଂ ଏପ୍ରିଲ ୩ରେ ତରଙ୍ଗ ପ୍ଲସ୍‌ରେ ‘ସୁନୟନା’ ଓ ଏପ୍ରିଲ ୧୭ ତାରିଖରେ ଜି ସାର୍ଥକରେ ‘ଦିଦି ନମସ୍କାର’ ମୁକ୍ତିଲାଭ କରିଥିଲା।

ସେହିପରି ମେ ୧ରେ ତରଙ୍ଗ ପ୍ଲସ୍‌ରେ ‘ଯଥା ରାବଣସ୍ୟ ମନ୍ଦୋଦରୀ’, ୧୫ରେ ‘ଜି ସାର୍ଥକରେ ‘ଡିଟେକ୍ଟିଭ୍ କରନ୍ ଅର୍ଜୁନ୍’ ଓ ତରଙ୍ଗ ପ୍ଲସ୍‌ରେ ‘କୋଉ ଆକାଶର ଜହ୍ନ ତୁ’, ମୁକ୍ତିଲାଭ କରିଥିବା ବେଳେ ମେ ୨୦ରେ ‘ଲଭ୍ ଫିଭର’ ଓ ‘ଆଉ ଗୋଟେ ଲଭ୍ ଷ୍ଟୋରି’ ଏବଂ ୨୭ ତାରିଖରେ ‘ପ୍ରେମ ଏଟିଏମ୍‌’ ଓ ‘ଦୃଷ୍ଟିକୋଣ’ ପ୍ରେକ୍ଷାଳୟରେ ରିଲିଜ୍ କରିଥିଲା।

ଜୁନ ୧ରେ ‘ଭାବେ ସିନା କହିପାରେନା’ ୩ରେ ‘ପ୍ରେମମ୍’, ୧୦ରେ ‘ଦିଲ୍ ମୋର ମାନେନା’ ଓ ‘ଗୁପ୍‌ଚୁପ୍’, ୧୨ରେ ‘ବିଶ୍ବନାଥ’ ଆଦି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଜୁନ ୧୨ରେ ଜି ସାର୍ଥକରେ ‘ମୋ ପଣତକାନିରେ ତୁ’ ଓ ତରଙ୍ଗ ପ୍ଲସ୍‌ରେ ‘ଚୋରଣି-୨’, ୧୪ ଜୁନରେ ସିଦ୍ଧାର୍ଥ ଟିଭିରେ ‘ଏକା ତୁ ଏକା ମୁଁ’ ରିଲିଜ୍ କରିଥିଲା। ଏହାପରେ ଜୁଲାଇ ୧ରେ ‘ବିଦ୍ୟାରାଣ’ ଓ ୮ରେ ‘ଲାଗେ ପ୍ରେମ ନଜର’ ପ୍ରେକ୍ଷାଳୟରେ ଏବଂ ୧୦ରେ ଅଳଙ୍କାର ଟିଭିରେ ‘ଆସ୍ତିକ ନାସ୍ତିକ’ ମୁକ୍ତିଲାଭ କରିଥିଲା। ଜୁଲାଇ ୧୫ରେ ‘ମାୟାଦର୍ପଣ (ହିନ୍ଦୀ), ‘ଦିଲ୍‌ରେ ଅଛି ତୋରି ନାଁ’, ୧୭ରେ ‘କହିବିନି ତତେ ଆଇ ଲଭ୍ ୟୁ’, ୨୯ରେ ‘ବିଶ୍ବାସ’ ଏବଂ ୩୧ରେ ‘ବାଏ ବାଏ ଦିଲ୍’ ପ୍ରେକ୍ଷାଳୟରେ ରିଲିଜ୍ କରିଥିଲା। ଚଳିତ ଅଗଷ୍ଟ ମାସ ୧୪ରେ ଅଳଙ୍କାର ଟିଭିରେ ‘ହାୟ କୃଷ୍ଣ’ ଏବଂ ୧୫ ତାରିଖରେ ସିଦ୍ଧାର୍ଥ ଟିଭିରେ ‘କିଛି କହିବାର ଅଛି’ ମୁକ୍ତିଲାଭ କରିଛି।

ସମ୍ବନ୍ଧିତ ଖବର