ଏହି ୫ ଜଣ ଅଭିନେତ୍ରୀ ବି-ଗ୍ରେଡ୍‌ ଫିଲ୍ମରୁ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ

ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏବେ ଲୋକପ୍ରିୟ ହେବା ସହ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ବୋଧ ହୁଏ ବହୁତ କମ ଲୋକ ଏଠାରେ ପହଞ୍ଚିବା ପୂର୍ବରୁ ସେମାନେ କରିଥିବା ସଂଘର୍ଷ ବିଷୟରେ ଜାଣିଥିବେ । ଟିଭି ଧାରାବାହିକରେ କାମ କରିବା ପାଇଁ ଅଭିନେତ୍ରୀମାନଙ୍କୁ ଅନେକ ଅଡ଼ିସନ୍‌ ଏବଂ ଇଣ୍ଟରଭିଉର ସାମ୍ନା କରିବାକୁ ପଡ଼ିଥାଏ । କିନ୍ତୁ ଆଜି ଆମେ ଯେଉଁ ଅଭିନେତ୍ରୀମାନଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେମାନେ ଟିଭି ଧାରାବାହିକରେ ଅଭିନୟ କରିବା ପୂର୍ବରୁ ବି-ଗ୍ରେଡ଼୍‍ ଫିଲ୍ମ କାମ କରିଥିଲେ ।

୧.ପ୍ରତିଘରେ ଦେଖାଯାଉଥିବା ଲୋକପ୍ରିୟ ଧାରାବାହିକ ‘ତାରକ ମେହେତାକା ଉଲ୍‌ଟା ଚଷମା’କୁ ଆପଣମାନେ ଦେଖିଥିବେ ନିଶ୍ଚୟ । ସେଥିରେ ଥିବା ଦୟା ଭାବି ଓରଫ୍‌ ଦୀଶା ପକାନୀଙ୍କୁ ମଧ୍ୟ ଜାଣିଥିବେ । କିନ୍ତୁ ସେ ଏଠାରେ ପହଞ୍ଚିବା ପୂର୍ବରୁ ବି-ଗ୍ରେଡ଼୍‍ ଫିଲ୍ମ କରି ସାରିଥିବା ବୋଧ ହୁଏ ଆପଣମାନଙ୍କୁ ଜଣା ନଥିବ । ବି-ଗ୍ରେଡ଼୍‍ ଫିଲ୍ମ ‘କମ୍‌ସୀନ୍‌’ରେ ସେ ଅଭିନୟ କରିଥିବା ଜଣାପଡ଼ିଛି ।

Humor Nation

୨.ଏକତା କପୁରଙ୍କ ସବୁଠାରୁ ଲୋକପ୍ରିୟ ଧାରାବାହକି ‘କସୌଟି ଜିନ୍ଦେଗି କି’ରେ କୋମୋନିକା ଚରିତ୍ରରେ ଆସି ସମସ୍ତଙ୍କ ମନ ଜିଣିଥିବା ଉର୍ବଶୀ ଢ଼ୋଲକିଆ ମଧ୍ୟ ବି-ଗ୍ରେଡ଼୍‍ ଫିଲ୍ମରେ କାମ କରିଥିବା ଜଣାପଡ଼ିଛି । ବି-ଗ୍ରେଡ଼୍‍ ଫିଲ୍ମ ‘ସ୍ୱପ୍ନମ୍‌’ରେ ସେ ଅଭିନୟ କରିଥିଲେ।

The Indian Express

୩.ବିଗ୍‌ ବସ୍‌ ଭଳି ରିୟାଲିଟି ସୋ’ ଏବଂ ‘ଜୟ ହୋ’ ଭଳି ଫିଲ୍ମରେ କାମ କରି ସାରିଥିବା ସନା ଖାନ୍‌ ମଧ୍ୟ ବି-ଗ୍ରେଡ଼୍‍ ଫିଲ୍ମରେ କାମ କରିଥିଲେ । ବି-ଗ୍ରେଡ଼୍‍ ଫିଲ୍ମ ‘କ୍ଲାଇମାକ୍ସ’,‘ହାଇ ସୋସାଇଟି’ ଏବଂ ‘ପିକ୍‌’ରେ କାମ କରିଥିଲେ ବୋଲି ସୂଚନା ରହିଛି ।

The Indian Wire

୪.ଅନେକ ଫିଲ୍ମରେ ଅଭିନୟ କରିବା ସହ ଲାପ୍ଟର ସୋ’ର ଜଜ୍‌ ବନି ସାରିଛନ୍ତି ଅଭିନେତ୍ରୀ ଅର୍ଚ୍ଚନା ପୁରନ୍‌୍‌ ସିଂହ । ଅର୍ଚ୍ଚନା ମଧ୍ୟ ନିଜ ଅଭିନୟ ଜୀବନ ବି-ଗ୍ରେଡ଼୍‍ ଫିଲ୍ମରୁ ହିଁ ଆରମ୍ଭ କରିଥିଲେ । ବି-ଗ୍ରେଡ଼୍‍ ଫିଲ୍ମ ‘ରାତ୍‌କେ ଗୁନାହ’ରେ ତାଙ୍କୁ ଦେଖିବାକୁ ମିଳିଥିଲା ।

News18.com

୫.ଶେଷରେ କଥା ହେବା ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମୀ ଦେଶାଇଙ୍କ ବିଷୟରେ । କିଛି ଫିଲ୍ମରେ କାମ କରି ସାରିଥିବା ରଶ୍ମୀ ଧାରାବାହିକ ‘ଉତରନ୍‌’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ବି-ଗ୍ରେଡ଼୍‍ ଫିଲ୍ମରେ କାମ କରି ସାରିଥିବା ଜଣାପଡ଼ିଛି । ବି-ଗ୍ରେଡ଼୍‍ ଫିଲ୍ମ ‘ୟେ ଲମ୍‌ହେ ଜୁଦାଇକେ’ରେ ସେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର