ମୁମ୍ବାଇ: ଯେତେବେଳେ ବି ଅଭିନେତ୍ରୀ ମଲାଇକା ଆରୋରା କ୍ୟାମେରା ସାମ୍ନାକୁ ଆସନ୍ତି, ସେ ସବୁବେଳେ ହେଡଲାଇନରେ ରହନ୍ତି। ଏଥର ମଲାଇକା ଚର୍ଚ୍ଚାରେ ରହିଛନ୍ତି ତାଙ୍କର ସୋଲ୍‌ଡର୍‌ ମସାଜ୍‌ (କାନ୍ଧ ମାଲିସ) ପାଇଁ।

Advertisment

ସୋସିଆଲ୍‌ ମିଡିଆ‌ରେ ମଲାଇକାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ମଲାଇକା ଶୋଇ ରହିଛନ୍ତି। ଜଣେ ବ୍ୟକ୍ତି ତାଙ୍କ କାନ୍ଧରେ ମାଲିସ କରୁଛନ୍ତି। ଏହି ମାଲିସ କାନ୍ଧରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ନିଆଯାଏ।

ମାଲିସ କରିବା ପରେ ମଲାଇକା ବି ବହୁତ ରିଲାକ୍ସ ଅନୁଭବ କରୁଥିବାର ଦେଖିବାକୁ ମିଳିଛନ୍ତି। ମଲାଇକାଙ୍କୁ ଏହି ଅବସ୍ଥାରେ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍ ବ୍ୟସ୍ତ ହୋଇ ତାଙ୍କ ଖବର ପଚାରି ବୁଝୁଛନ୍ତି।

କେହି କେହି ପ୍ରଶଂସକ ଥଟ୍ଟାରେ ‘ଅର୍ଜୁନ ରାଗିଯିବେ’ ବୋଲି ବି କହିଛନ୍ତି। ମଲାଇକାଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ୍‌ କରିବାର ସୁଯୋଗ ହାତଛଡ଼ା କରିନାହାନ୍ତି।

କେହି କେହି ମଲାଇକାଙ୍କ ବୟସକୁ ନେଇ ବି ଟ୍ରୋଲ୍‌ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ଏହି ବୟସରେ ଏପରି ହୋଇଥାଏ। ଏଥିରେ ନୂଆ କଥା କ’ଣ?’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ଏହା ବୃଦ୍ଧି ପାଉଥିବା ବୟସର ପ୍ରଭାବ’’।

ଅବଶ୍ୟ ଏହା ଏକ ପୁରୁଣା ଭିଡିଓ। ମାତ୍ର ସୋସିଆଲ୍‌ ମିଡିଆରେ ଭିଡିଓଟି ନିକଟରେ ଭାଇରାଲ୍‌ ହୋଇଛି। ମଲାଇକା ନିକଟରେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ, ମଲାଇକା ତାଙ୍କ ଗାର୍ଲସ ଗ୍ୟାଙ୍ଗ ସହିତ ଦୁବାଇରେ ପହଞ୍ଚି ତାଙ୍କ ଜନ୍ମଦିନକୁ ବହୁତ ଉପଭୋଗ କରିଥିଲେ।