ମୁମ୍ବାଇ: ବଲିଉଡର ଚର୍ଚ୍ଚିତ କଣ୍ଠଶିଳ୍ପୀ ସାନ ୯୦ଦଶକର ଅନେକ ଲୋକପ୍ରିୟ ଗୀତରେ ନିଜର କଣ୍ଠଦାନ କରିଛନ୍ତି। ଶାନ ଜଣେ କଣ୍ଠଶିଳ୍ପୀ ସହିତ ବୃଦ୍ଧି ପାଉଥିବା ବୟସ ତୁଳନାରେ ଯୁବା ଦେଖା ଯିବାକୁ ନେଇ ବି ଚର୍ଚ୍ଚାରେ ଥାଆନ୍ତି।
ନିକଟରେ ଶାନଙ୍କ ସହିତ ଏକ ସାକ୍ଷାତକାର ହୋଇଥିଲା। ଯେଉଁଥିରେ ସେ କେମିତି ଯୁବା ଦେଖାଯାଆନ୍ତି ସେ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।
ଶାନ କହିଛନ୍ତି, ଅନେକଲୋକ ମୋତେ ଯୁବା ହେବାର ରହସ୍ୟ ପଚାରିଛନ୍ତି। ମୁଁ ଯେତେବେଳେ ମୋର ପୁରୁଣା ଫଟୋ ଦେଖେ ମୋର ଚେହେରାରେ ଅନେକ ପରିବର୍ତ୍ତନ ଆସିଥିବା ଜାଣିପାରେ। କାରଣ ମୋର ତେଲିଆ ଚର୍ମ। ତେଣୁ ଚେହେରାରେ ଦାନାଦାନା ହୋଇ କ’ଣ ସବୁ ଫଳି ଯାଇଥିଲା। ତାହାର ଚିକିତ୍ସା କରାଇଥିଲି। ଯୁବା ଦେଖାଯିବା ପାଇଁ ଏମିତି ସମୟ ଥିଲା ଯେଉଁ ସମୟରେ ମୁଁ ଆଣ୍ଟି ଏଜିଂ କ୍ରିମର ବ୍ୟବହାର କରିଥିଲି। ଅନେକ ଦିନ ଏହାକୁ ବ୍ୟବହାର କରିବା ପରେ ବି ସେଥିରୁ କିଛି ଲାଭ ପାଇ ନଥିଲି। ଏହାପର ଠାରୁ ମୁଁ କୌଣସି ପ୍ରକାର ଆଣ୍ଟିଏଜିଂ କ୍ରିମର ବ୍ୟବହାର କରି ନାହିଁ।
ବାସ୍ତବ କଥା ହେଲା ମଣିଷ କେବେ ବୟସ ଅନୁସାରେ ବୃଦ୍ଧ ହୋଇଯାଏ ନାହିଁ। ଏହା ତାହାର ମାନସିକତା ଉପରେ ନିର୍ଭର କରେ । ଏମିତି ଅନେକ ଘଟଣା ଅଛି ଯାହାକୁ ବୃଦ୍ଧ କରି ପାରୁଥିବା ବେଳେ ଯୁବା ପାରନ୍ତି ନାହିଁ। ତେଣୁ ଯେପର୍ଯ୍ୟନ୍ତ ମଣିଷ ମନରୁ ବୃଦ୍ଧ ହୋଇନାହିଁ ସେ ପର୍ଯ୍ୟନ୍ତ ସେ ଯୁବା ରହିଥାଏ।’