୫୦ ବର୍ଷର ଅଭିନୟ ରେକର୍ଡ ହାସଲ କଲେ ବିଗ ବି ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ସେହନେଶାଙ୍କ ଫିଲ୍ମ ଜୀବନରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ବଲିଉଡ ଇଣ୍ଡଷ୍ଟ୍ରିରେ ଅମିତାଭ ପୂରା କଲେ ପୂରା ୫୦ବର୍ଷର ଯାତ୍ରା । ୧୯୬୯ ମସିହାରେ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅମିତାଭ ଫିଲ୍ମ ଦୁନିଆରେ ୫ଦଶନ୍ଧି ଧରି ନିଜ ଯାତ୍ରା ବଜାୟ ରଖିଛନ୍ତି । ଫିଲ୍ମରେ ଲିଡ ରୋଲ ପାଇଁ ଟିନୁ ଆନନ୍ଦଙ୍କୁ ସାଇନ କରାଯାଇଥିଲା । କିନ୍ତୁ ହଠାତ ସୁଟିଂସେଟ ଛାଡି ଟିନୁ ଯିବା ପରେ ସହଯୋଗୀ କଳାକାରରୁ ଲିଡ ରୋଲରେ ଅଭିନୟ କରିଥିଲେ ଅମିତାଭ ।

ପ୍ରଥମ ଫିଲ୍ମ ପାଇଁ ଅମିତାଭଙ୍କୁ ମିଳିଥିଲା କେବଳ ୫ହଜାର ଟଙ୍କା ପାରିଶ୍ରମିକ । ଉତ୍ଥାନପତନ ଭିତରେ ଅମିତାଭ କେବେ ଫ୍ଲପ ଫିଲ୍ମ ତ ପୁଣି କେବେ ବ୍ଲକବଷ୍ଟର ହିଟ ଫିଲ୍ମର ଭେଟିଦେଇଛନ୍ତି । ତେବେ ୫୦ବର୍ଷର ଯାତ୍ରାରେ ବଲିଉଡଠୁ ସେ ମେଗାଷ୍ଟାର,ସେହେନଶା ଓ ବିଗ ବି ନାଁର ତାଜ୍ ପାଇଛନ୍ତି । ୭୭ ବର୍ଷ ବୟସରେ ପହଁଚି ମଧ୍ୟ ଥକି ନାହାନ୍ତି ସେହେନଶା ।

ନିଜର ନିଆରା ଅଭିନୟ, ବ୍ୟକ୍ତିତ୍ୱ, ଚାଳିଚଳଣ, ଆଦର ପାଇଁ ଦେଶବାସୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛନ୍ତି ଅମିତାଭ । ଆଜି ମଧ୍ୟ ନ୍ୟୂକମର,ସୁପରଷ୍ଟାରଙ୍କୁ ନେଇ ମାତ ଦେଇ ନିଜ ବଲିଉଡ ଯାତ୍ରା ସଫଳତା ଗୌରବର ସହ ବଜାୟ ରଖିଛନ୍ତି । ୫୦ବର୍ଷର ସଫର ପୂରା କରିବା ମୌକାରେ ଅମିତାଭଙ୍କୁ ବିଭିନ୍ନ ବର୍ଗର ଫ୍ୟାନ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର