ଦ୍ବିତୀୟ ପତ୍ନୀ ରୁପାଲିଙ୍କ ସହ ଫଟୋ ସେୟାର କରି ଏପରି ଲେଖିଲେ ଆଶୀଷ ବିଦ୍ୟାର୍ଥୀ

ମୁମ୍ବାଇ:  ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ  ସହ ମେ ୨୫ ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୬୦ ବର୍ଷ ବୟସରେ ବିବାହ କରିଥିବାରୁ ଆଶିଷଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ଆରମ୍ଭ ହୋଇ ଯାଇଥିଲା। ଏବେ ବିବାହର ଦୁଇ ମାସ ପରେ ଆଶିଷଙ୍କର ତାଙ୍କ ପତ୍ନୀଙ୍କ ସହ ଫଟୋ ଭାଇରାଲ୍‌ ହୋଇଛି।

ସେ ସୋସିଆଲ୍‌ ମିଡିଅ‌ାରେ ନିଜ ପତ୍ନୀଙ୍କ ସହ ଅଧିକାଂଶ ସମୟରେ ଫ‌ଟୋ ସେୟାର୍‌ କରିଥାନ୍ତି। ନିକଟରେ ପତ୍ନୀ ରୁପାଲିଙ୍କ ସହ ସେୟାର କରିଥିବା ଫଟୋରେ ରୁପାଲି ଏକ ନୀଳ ରଂଗର ଶାଢ଼ି ପିନ୍ଧିଛନ୍ତି।

ନୀଳ ରଂଗର ଶାଢ଼ି, ଲାଇଟ୍‌ ମେକ୍‌-ଅପ୍‌ ଓ ଛୋଟ ବିନ୍ଧି ଲଗାଇ ରୁପାଲି ଏକଦମ ଆକର୍ଷଣୀୟ ଦିଶୁଛନ୍ତି। ସେହିପରି ଆଶିଷ ବି ଏକ କାଜୁଆଲ୍‌ ସାର୍ଟରେ ଏକଦମ ସ୍ମାର୍ଟ ଦିଶୁଛନ୍ତି।

ଆଶିଷ ଫଟୋ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ନିଜର ଦୁଇ ମଜାଦାର୍‌ ସାକ୍ଷାତ୍‌କାରେ ଆମେ ଜୀବନ ବିଷୟରେ କଥା ‌ହେଲୁ, କାମ ଏବଂ ସମ୍ଭାବନା ବିଷୟରେ କଥା ହେଲୁ।’

ଏହାର ଅର୍ଥ ଖୁବ୍‌ ଶୀଘ୍ର ଅଭିନେତାଙ୍କର ସୁନ୍ଦର ସାକ୍ଷାତ୍‌କାର ଆସିବାକୁ ଯାଉଛି। ଯେଉଁଥିରେ ତାଙ୍କ ବିବାହ, ଛାଡ଼ପତ୍ର, ପ୍ରେମ ଓ ଦ୍ବିତୀୟ ବିବାହ ବିଷୟରେ ଶୁଣିବାକୁ ମିଳିପାରେ।

ଅଭିନେତା ଆଶିଷ ନିଜର ୬୦ ବର୍ଷ ବୟସରେ ବିବାହ ସଂପର୍କରେ ତାଙ୍କର ଭାବନା ଗଣମାଧ୍ୟମ ସହ ବାଣ୍ଟିଥିଲେ। ସେ କହିଥିଲେ, ‘ମୋ ଜୀବନର ଏହି ପର୍ଯ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ଅସାଧାରଣ ଅନୁଭବ।

ଏହି ବିବାହ ପରେ କିଛି ଲୋକ ଆଶିଷ ବିଦ୍ୟାର୍ଥୀ ଓ ରୁପାଲିଙ୍କୁ ସେମାନଙ୍କ ବୈବାହିକ ଜୀବନର ଶୁଭକାମନା ଜଣାଇଛନ୍ତି। ଏହି କ୍ରମରେ ଆଉ କିଛି ଜଣ ଅଛନ୍ତି ମଇ ୨୫ ତାରିଖରୁ ଏଯାବତ ଆଶିଷଙ୍କ ବୟସ ଓ ବିବାହକୁ ନେଇ ଟ୍ରୋଲ କରିଛନ୍ତି।

ସମ୍ବନ୍ଧିତ ଖବର