ମେ ପହିଲାରେ ନେଟଫ୍ଲିକ୍ସରେ ରିଲିଜ ହେଉଛି ଏହି ୬ଟି ହଲିଉଡ୍ ଫିଲ୍ମ

ନୂଆଦିଲ୍ଲୀ: ଯଦି ଆପଣ କିଛି ଜବରଦସ୍ତ ହଲିଉଡ ଚଳଚ୍ଚିତ୍ର ଦେଖିବା ପାଇଁ ଇଛୁକ, ତେବେ ମେ ମାସ ଆପଣଙ୍କ ପାଇଁ ମନୋରଞ୍ଜନର ଢ଼େର ଖୋରାକ ଯୋଗାଇବ। ମେ ମାସରେ ନେଟଫ୍ଲିକ୍ସରେ ଭଲ ଭଲ  ଚଳଚ୍ଚିତ୍ର ମୁକ୍ତିଲାଭ ହେବାକୁ ଯାଉଛି । ଆକ୍ସନ୍ ଠାରୁ ଆରମ୍ଭ କରି କମେଡି ପର୍ଯ୍ୟନ୍ତ ସବୁର ମଜା ନେଇପାରିବେ ଦର୍ଶକ । ତେବେ ଏହି ସମସ୍ତ ଚଳଚ୍ଚିତ୍ର ମେ ୧ ଅର୍ଥାତ୍ ଶ୍ରମିକ ଦିବସରେ ମୁକ୍ତିଲାଭ କରୁଛି ଆସନ୍ତୁ ଜାଣିବା କେଉଁ କେଉଁ ଚଳଚ୍ଚିତ୍ର  ମେ ପହିଲା ଦିନ ନେଟଫ୍ଲିକ୍ସରେ ପ୍ରଦର୍ଶିତ ହେବ।

୧.ଆଫ୍ଟର ଦ ସନସେଟ୍

ଆଫ୍ଟର ଦ ସନସେଟ୍ ବ୍ରେଟ୍ ରେଟନରଙ୍କ  ନିର୍ଦ୍ଦେଶିତ ଏକ ଆମେରିକୀୟ ହିଷ୍ଟ୍ ଆକ୍ସନ୍ କମେଡି ଚଳଚିତ୍ର । ଚଳଚିତ୍ରଟି ନେଟଫ୍ଲିକ୍ସରେ ମେ ୧ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚିତ୍ରରେ ଦର୍ଶାଯାଇଛି ଯେ ଦୁଇ ବଡ଼ ଚୋର ମ୍ୟାକ୍ସ ଏବଂ ଲୋଲା ନିଜର ଝାଳବୁହା ରୋଜଗାର ଟଙ୍କା ଉପଭୋଗ କରିବା ପାଇଁ ବାହାମାସକୁ ପଳାଇଛନ୍ତି । ମ୍ୟାକ୍ସକୁ ଧରିବା ଲାଗି ନିଯୁକ୍ତ ସିକ୍ରେଟ୍ ଏଜେଣ୍ଟଙ୍କ କାର୍ଯ୍ୟକଳାପକୁ  ଆଧାର କରି ନିର୍ମିତ ଏହି ଚଳଚ୍ଚିତ୍ରଟି ବାହାମାସରେ ସୁଟିଂ କରାଯାଇଛି । ଏଥିରେ ପିୟର୍ସ ବ୍ରସନାନ୍  ମ୍ୟାକ୍ସ ବର୍ଡେଟ୍ ଭୂମିକାରେ ଅଭିନୟ କରିଛନ୍ତି।

୨.ବେୱାଚ୍

ବେୱାଚ୍ ହେଉଛି ଏକ ଆମେରିକୀୟ ଆକ୍ସନ୍ କମେଡି ଚଳଚ୍ଚିତ୍ର ଯାହା ମାଇକେଲ୍ ବୁର୍କ, ଡଗଲାସ କ୍ବାର୍ଟଜ ଏବଂ ଗ୍ରେଗୋରୀ ଜେ ବୋନାନ୍ ଦ୍ୱାରା ନିର୍ମିତ । ଏହି ଚଳଚିତ୍ରଟି ମେ ୧ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ଚଳଚ୍ଚିତ୍ରଟି ଏକ ଟେଲିଭିଜନ ଧାରାବାହିକ ଉପରେ ଆଧାରିତ। ବେୱାଚ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସେଥ୍ ଗର୍ଡନ୍ । ଏହି ଚଳଚ୍ଚିତ୍ରରେ ରୋହରବେକ୍, ପ୍ରିୟଙ୍କା ଚୋପ୍ରା ଏବଂ ଡେଭିଡ ହାସେଲହଫଙ୍କ ଭଳି ବଡ଼ ବଡ଼ ଅଭିନେତା ନଜର ଆସିବେ ।

୩. ମାଡାଗାସ୍କର

ମାଡାଗାସ୍କର ହେଉଛି ଏକ ଆମେରିକୀୟ କମ୍ପ୍ୟୁଟର-ଆନିମେଟେଡ୍ କମେଡି। ଏହି ଦୁଃସାହସିକ ଚଳଚ୍ଚିତ୍ର ମେ ୧ ରୁ ନେଟଫ୍ଲିକ୍ସରେ ମୁକ୍ତିଲାଭ ହେବାକୁ ଯାଉଛି । ମାଡାଗାସ୍କର ହେଉଛି ଏକ ରୋଲର୍-କୋଷ୍ଟର୍ ରାଇଡ୍ ଯାହା ପିଲାମାନେ ଭଲ ପାଆନ୍ତି ।ଫିଲ୍ମର କାହାଣୀ ଜେବ୍ରା ମାର୍ଟି ତାର ଦଶମ ଜନ୍ମଦିନ ପାଳନ କରିବାକୁ ସଜବାଜ ହେବାଠାରୁ ଆରମ୍ଭ ହୁଏ।  ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କ ପ୍ରାଣୀ ଉଦ୍ୟାନରେ ରହୁଥିବା ମାର୍ଟି ଏବଂ ତାର ସାଙ୍ଗମାନେ  ଆଲେକ୍ସ ସିଂହ, ଗ୍ଲୋରିଆ ହିପୋ ଏବଂ ମେଲମ୍ୟାନ୍ ଜିରାଫ୍ କଂକ୍ରିଟ୍ ଜଙ୍ଗଲରେ ରହି ବ୍ୟସ୍ତ ହୋଇପଡ଼ିଥାନ୍ତି। ଜୀବନକୁ ଉପଭୋଗ କରିବାକୁ  ମାର୍ଟି ଚିଡିଆଘରୁ ଲୁଚି ପଳେଇ ଯାଏ। ଏହିଠାରୁ ଫିଲ୍ମରେ ଆରମ୍ଭ ହୁଏ ମଜାଦାର ଘଟଣାବଳି।

୪. ଆମେରିକାନ ସ୍ନାଇପର

ଆମେରିକାନ ସ୍ନାଇପର ହେଉଛି ଏକ ସଙ୍ଘର୍ଷମୟ ଜୀବନଯୁଦ୍ଧର କାହାଣୀ। ଏହା ମେ ୧ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହାକୁ କ୍ଲିଣ୍ଟ ଇଷ୍ଟଉଡ୍ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଜେସନ୍ ହଲ୍ ରଚନା କରିଛନ୍ତି । ଏହି ଚଳଚ୍ଚିତ୍ରଟି କାଇଲଙ୍କ ଜୀବନୀ ଉପରେ ଆଧାରିତ ।

୫.ଦ ରିଡର

୨୦୨୨ ମସିହା ମେ ୧ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ‘ଦ ରିର୍ଡର୍’ ହେଉଛି ଷ୍ଟିଫେନ୍ ଡାଲଡ୍ରିଙ୍କ ନିର୍ଦ୍ଦେଶିତ ଏକ ରୋମାଣ୍ଟିକ୍ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର କାହାଣୀ ଜୋ ବର୍ନହର୍ଡଙ୍କ ୧୯୯୫ର ଏକ ଜର୍ମାନ ଉପନ୍ୟାସର କାହାଣୀ ଉପରେ ଆଧାରିତ । ଏଥିରେ କେଟ୍ ୱିନ୍ସଲେଟ୍, ରାଲ୍ଫ ଫିଏନସ୍ ଏବଂ ଡେଭିଡ କ୍ରସ୍ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଜର୍ମାନ ଓକିଲ ମାଇକେଲ ବର୍ଗଙ୍କ କାହାଣୀ କୁହାଯାଇଛି, ଯିଏ ୧୯୫୮ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଜଣେ ବୟସ୍କା ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ।

୬. ଉଇ ଆର୍ ଦ ମିଲର୍ସ

ଉଇ ଆର୍ ଦ ମିଲର୍ସ  ହେଉଛି ଏକ ଆମେରିକୀୟ କ୍ରାଇମ ସହ କମେଡି ଥିବା ଚଳଚ୍ଚିତ୍ର ଯାହା ନେଟଫ୍ଲିକ୍ସରେ ମେ ୧ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାସନ୍ ଏମ୍ ଥର୍ବର୍। ଏହି ଚଳଚ୍ଚିତ୍ରଟି ଫିସର ଏବଂ ଫାବରଙ୍କ କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଜଣେ କଂସାବାସନ ବ୍ୟବସାୟୀଙ୍କ  କାହାଣୀ, ଯିଏ ପଡ଼ୋଶୀମାନଙ୍କୁ ତାଙ୍କ ପରିବାର ସଦସ୍ୟ ହେବାକୁ ପ୍ରବର୍ତ୍ତାଇଥାଏ । ଯାହାଦ୍ବାରା ସେ ମେକ୍ସିକୋରୁ ଆମେରିକାକୁ ଡ୍ରଗ୍ସ ଚୋରା ଚାଲାଣ କରିଥାଏ ।

ସମ୍ବନ୍ଧିତ ଖବର