ମୁମ୍ବାଇ: ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ ସହ ମେ ୨୫ ତାରିଖ, ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବହୁ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅନ୍ୟାନ୍ୟ ଅନେକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ରୁପାଲିଙ୍କ ପ୍ରେମରେ ପଡ଼ି ୬୦ ବର୍ଷ ବୟସରେ ପୁଣି ଥରେ ବିବାହ କରିଛନ୍ତି।
ତେବେ ଲାଗୁଛି ତାଙ୍କୁ ଏବେ ୬୦ ବର୍ଷ ବୟସ ହୋଇ ସାରିଥିବା ବେଳେ ସେ ପୁଣି ଥରେ ବିବାହ କରିବା କଥାକୁ ପସନ୍ଦ କରିନାହାନ୍ତି ତାଙ୍କ ପ୍ରଥମ ପତ୍ନୀ। ତାଙ୍କ ପ୍ରଥମ ପତ୍ନୀ ଉର୍ଫ ପିଲୁ ବିଦ୍ୟାର୍ଥୀଙ୍କ ଇନ୍ଷ୍ଟାଗ୍ରାମ୍ ଷ୍ଟୋରି ଦେଖିଲେ ଏପରି ଅନୁଭବ ହେଉଛି। ସେ ତାଙ୍କ ଇନ୍ଷ୍ଟାରେ ଦୁଇଟି ଷ୍ଟୋରି ଦେଇଛନ୍ତି। ଦୁଇଟି ଯାକ ଷ୍ଟୋରି ତାଙ୍କ ସ୍ବାମୀଙ୍କ ଉଦ୍ଦେଶ୍ୟରେ ବୋଲି ସନ୍ଦେହ କରାଯାଉଛି।
ସେ ତାଙ୍କର ପ୍ରଥମ ପୋଷ୍ଟ୍ରେ ଲେଖିଛନ୍ତି, ‘ଯିଏ ଆପଣଙ୍କ ପାଇଁ ଠିକ୍ ଲୋକ, ସେ କେବେ ବି ଆପଣଙ୍କୁ ଏ ପ୍ରଶ୍ନ ପଚାରିବେନି କି ଆପଣ ତାହା ପାଇଁ କେତେ ଗୁରୁତ୍ବପୂର୍ଣ୍ଣ। ସେ ଏପରି କିଛି କରିବନି ଯେଉଁଥିରେ ଆପଣଙ୍କୁ ଦୁଃଖ ପହଞ୍ଚିବ।’ ସେହିପରି ସେ ତାଙ୍କ ଦ୍ବିତୀୟ ଷ୍ଟୋରିରେ ଲେଖିଛନ୍ତି, ‘ବେଶି ଭାବିବା ଓ ସନ୍ଦେହ କରିବା ଏବେ ଆପଣଙ୍କ ମୁଣ୍ଡରୁ ବାହାରି ଯାଇପାରେ। ସବୁକିଛି ସଫା ହୋଇଯିବା ପରେ ଦ୍ବନ୍ଦ୍ବ ଦୂର ହୋଇପାରେ। ଶାନ୍ତି ଆପଣଙ୍କ ଜୀବନର ଏକାକୀପଣକୁ ଭରି ଦେଇପାରେ। ଆପଣ ସବୁବେଳେ ମଜ୍ବୁତ୍ ରହି ଆସିଛନ୍ତି। ଏବେ ଆଶୀର୍ବାଦ ପାଇବାର ସମୟ ଆସିଗଲା। ଆପଣ ତାହାର ଯୋଗ୍ୟ।’
ତେବେ ଆଶିଷ ଓ ତାଙ୍କ ପ୍ରଥମ ପତ୍ନୀ ଉର୍ଫଙ୍କ ସଂପର୍କରେ କାହିଁକି ଫାଟ ପଡ଼ିଥିଲା ତାହା ଜାଣିବାକୁ ମିଳିନାହିଁ। ସେମାନଙ୍କର ଏକ ୨୩ ବର୍ଷୀୟ ପୁଅ ଅଛି, ଯିଏକି ବାପାଙ୍କ ଦ୍ବିତୀୟ ବିବାହକୁ ସମର୍ଥନ କରୁଛନ୍ତି।’