୬୦ବର୍ଷ ବୟସରେ ବାପା ହେବା ଓ ଚତୁର୍ଥ ସ୍ତ୍ରୀ ଗର୍ଭବତୀ ଥିବା ପ୍ରସଙ୍ଗକୁ ନେଇ ମୁହଁ ଖୋଲି‌ଲେ ନରେଶ ବାବୁ

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର ମହେଶ ବାବୁଙ୍କ ଭାଇ ତଥା ଅଭିନେତା ନରେଶ ବାବୁ ଚତୁର୍ଥ ଥର ପାଇଁ ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିଥିଲେ । ୬୦ ବର୍ଷ ବୟସରେ ସେ ୪୪ ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶଙ୍କୁ ନିଜ ଜୀବନ ସାଥୀ ଭାବେ ଗ୍ରହଣ କରିଥି‌ଲେ। ଏହି ବିବାହ ଏବେ ବି ଚର୍ଚ୍ଚାରେ ରହିଛି।

ନିକଟ‌ରେ ନରେଶ ବାବୁ ଓ ପବିତ୍ରାଙ୍କୁ ନେଇ ଏକ ସାକ୍ଷାତକାର ହୋଇଥିଲା। ଯେଉଁଥିରେ ନରେଶଙ୍କୁ ପିତା ହେବା ବିଷୟରେ ଓ ପବିତ୍ରା ଗର୍ଭବତୀ ଥିବା ପ୍ରସଙ୍ଗକୁ ନେଇ ପ୍ରଶ୍ନ କରାଯାଇଥିଲା।

ଏହାକୁ ନେଇ ପବିତ୍ରା ଚୁପ ରହିଥିବା ‌ବେଳେ ନରେଶ କହିଥିଲେ, ‘ଦୁନିଆରେ ଏମିତି ଅନେକ ପିଲା ଅଛନ୍ତି, ଯେଉଁମାନଙ୍କ ବାପା ଓ ମା’ ନାହାନ୍ତି। ଏଭଳି ପରିସ୍ଥିତିରେ ସମାଜକୁ ଆଉ ସନ୍ତାନ ଆଣିବା କ’ଣ ଦରକାର। ଆମେ ଦୁହେଁ ପିଲା ପାଇଁ ଏବେ ବି ଏକଦମ ଫିଟ ଅଛୁ। କିନ୍ତୁ ଏବେ ଯଦି ଆମର ପିଲା ହେଉଛି ତେବେ ମୋତେ ୮୦ବର୍ଷ ହୋଇଥିବାବେଳେ ତାକୁ ୨୦ବର୍ଷ ହୋଇଥିବ। ଏହା କ’ଣ ଠିକ?

ଏବେ ଆମ ପାଖରେ ୩ଜଣ ସନ୍ତାନ ଅଛନ୍ତି। ସମସ୍ତେ ଆମ ସହିତ ରହୁଛନ୍ତି।ତେବେ ଏହି ବୟସରେ ବିବାହ କରିଥିବାରୁ ମୋତେ ନେଇ ଅନେକ ତାତ୍ସଲ୍ୟ କରାଯାଉଛି। କିନ୍ତୁ ମୁଁ ପବିତ୍ରାଙ୍କୁ ନେଇ ବହୁତ ଖୁସି ଅଛି। ଆଉ ସୁଖରେ ଜୀବନ କାଟୁଛି।’

ନରେଶ ବାବୁ ଏହା ପୂର୍ବରୁ ୩ଥର ବିବାହ କରିଛନ୍ତି  ଏବଂ ତାଙ୍କର ତିନି ସନ୍ତାନ  ରହିଛନ୍ତି। ପବିତ୍ରାଙ୍କ ଏହା ଦ୍ବିତୀୟ ବିବାହ ହୋଇଥିବା ବେଳେ ତାଙ୍କର ପ୍ରଥମ ବିବାହରେ କୌଣସି ସନ୍ତାନ ନାହିଁ।

 

 

ସମ୍ବନ୍ଧିତ ଖବର