ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ଲାଗି ମନୋନୀତ କଳାକାରଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ଫିଲ୍ମ 'ବଧାଇ ହୋ' ଓ ବିକି କୌଶଲଙ୍କୁ ଫିଲ୍ମ 'ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍’ରେ ବଳିଷ୍ଠ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଛି। ଏହା ସହ ସାଉଥ୍ ଷ୍ଟାର କୀର୍ତ୍ତି ସୁରେଶଙ୍କୁ ଫିଲ୍ମ ‘ମହାନତୀ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି।
/sambad/media/post_attachments/ea099be890906cf8460e00e245c0aa13fe32682e8a2178b067b957b0c29ca361.jpg)
ବିକି ଓ ଆୟୁଷ୍ମାନଙ୍କ ବ୍ୟତୀତ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ 'ପ୍ୟାଡମ୍ୟାନ'କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ଅଭିନେତା ଅକ୍ଷୟ କୁମାର। ଅଭିନେତ୍ରୀ ସୁରେଖା ସିକ୍ରିଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଥିବା ବେଳେ ପୁରସ୍କାର ଗ୍ରହଣ କରିବା ପାଇଁ ହ୍ବିଲଚେୟାରରେ ପହଞ୍ଚିଥିଲେ ସୁରେଖା। ତାଙ୍କର ପ୍ରବେଶ ପରେ ଉପସ୍ଥିତ ଥିବା ଦର୍ଶକ ତାଙ୍କୁ ଠିଆ ହୋଇ ସ୍ବାଗତ ଜଣାଇଥିଲେ। ସୁରେଖାଙ୍କୁ ଫିଲ୍ମ 'ବଧାଇ ହୋ' ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି।
Best Actor (Feature Films Section) goes to @vickykaushal09 for #URI: The Surgical Strike for effectively conveying a realistic character of an army officer. #NationalFilmAwardspic.twitter.com/J39YnXGugd
— PIB India (@PIB_India) December 23, 2019
ଏମାନଙ୍କ ସହ ‘ଉରି’ ଚଳଚ୍ଚିତ୍ର ପାଇଁ ଆଦିତ୍ୟ ଧରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଥିବା ବେଳେ ‘ପଦ୍ମାବତ’କୁ ଶ୍ରେଷ୍ଠ କୋରିଓଗ୍ରାଫି ଏବଂ ସଂଜୟ ଲୀଲା ଭଂସାଲୀଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ‘ପଦ୍ମାବତ’ ଚଳଚ୍ଚିତ୍ରରେ 'ବିନ୍ତେ ଦିଲ୍...' ଗୀତ ପାଇଁ ଅରିଜିତ ସିଂହଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଥିବା ବେଳେ କନ୍ନଡ଼ ଚଳଚ୍ଚିତ୍ର ‘ନଥିଚରମୀ’ରେ କଣ୍ଠଦାନ ପାଇଁ ବିନ୍ଦୁ ମାଲିନୀଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ପୁରସ୍କାର ଦିଆଯାଇଛି। ସେହିପରି ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘ବଧାଇ ହୋ..’ ଓ ଶ୍ରେଷ୍ଠ ଆକ୍ସନ ଫିଲ୍ମ ଭାବେ ‘କେଜିଏଫ୍’କୁ ପୁରସ୍କାର ପ୍ରଦାନ କରାଯାଇଛି।
#Padman wins the award for the Best Film on Social Issues
Actor @akshaykumar receives the award for the film #Padman at 66th #NationalFilmAwardspic.twitter.com/QVLpmMu1BV
— PIB India (@PIB_India) December 23, 2019