ରିୟଲିଟି ସୋ’ ବିଗବସ୍-୧୧ ଏବେ ଚର୍ଚ୍ଚାରେ। ଯେଉଁ ଅଭିନେତା-ଅଭିନେତ୍ରୀ ସବୁ କାମଦାମ ଛାଡ଼ି ବିଗବସ୍ ହାଉସରେ ବନ୍ଦୀ ହୋଇଛନ୍ତି ସେମାନେ କେତେ ପାରିଶ୍ରମିକ ନେଉଛନ୍ତି? ହୀନା ଖାନ୍, ହିତେଶ୍ ତେଜଓ୍ଵାନି ଓ ଶିଲ୍ପା ସିନ୍ଦେଙ୍କ ଭଳି ଛୋଟପରଦାର ଚିହ୍ନା କଳାକାରମାନେ ଦୈନିକ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହୀନା ଖାନ୍: ଷ୍ଟାର ପ୍ଲସ୍ରେ ପ୍ରସାରିତ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ର ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ଏବେ ଟେଲି ଇଣ୍ଡଷ୍ଟ୍ରିର ଜଣେ ବେଶ ନାମକରା ଦାମୀ ମୁହଁ । ବିଗ୍ବସ୍ରେ ସାମିଲ ହେବା ପୂର୍ବରୁ ସେ ‘ଖତରୋଁ କା ଖିଲାଡି’ ଭଳି ରିଆଲିଟି ସୋ’ରେ ମଧ୍ୟ ଭାଗ ନେଇଛନ୍ତି । ଶୁଣିବାକୁ ମିଳୁଛି କୁଆଡେ ହୀନା ବିଗ୍ବସ୍ରେ ସାମିଲ୍ ହୋଇ ଏକ ସପ୍ତାହ ପାଇଁ ନେଉଛନ୍ତି ୭ରୁ ୮ ଲକ୍ଷ ଟଙ୍କା ।
ହିତେଶ୍ ତେଜଓ୍ଵାନି: ଜଣାଶୁଣା ଟେଲି ଅଭିନେତା ହିତେଶ ୍ତେଜଓ୍ଵାନି ବି ଏଥର ଅଛନ୍ତି ବିଗ୍ବସ୍ରେ। ଏଥି ପାଇଁ ସେ ବି ମୋଟା ଅଙ୍କର ଟଙ୍କା ନେଉଛନ୍ତି । ଟେଲି ଇଣ୍ଡଷ୍ଟ୍ରିରେ ଦୀର୍ଘ ୧୫ ବର୍ଷର ଅଭିଜ୍ଞତା ପାଇଁ ତାଙ୍କୁ ପାରିଶ୍ରମିକ ବାବଦରେ ମିଳେ ସପ୍ତାହକୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ।
ଶିଲ୍ପା ସିନ୍ଦେ: ଅନେକ ସମୟରେ ବିବାଦରେ ରହୁଥିବା ଟେଲି ଅଭିନେତ୍ରୀ ସୁନ୍ଦରୀ ଶିଳ୍ପା ସିନ୍ଦେ ବିଗବସରେ ସାମିଲ୍ ହୋଇଛନ୍ତି। ୧୫ ବର୍ଷରୁ ଅଧିକ ସମୟ ଧରି ଟେଲିଦର୍ଶକଙ୍କ ମନ ମୋହୁଥିବା ଶିଳ୍ପାଙ୍କୁ ସଂପ୍ରତି ‘ଲାପତାଗଞ୍ଜ’ ଓ ‘ଭାବିଜୀ ଘର ପର ହୈ’ଧାରାବାହିକରେ ଦେଖିବାକୁ ମିଳିଛି। ସେ ବିଗବସ୍ ଲାଗି ସପ୍ତାହକୁ ନେଉଛନ୍ତି ୬ରୁ ୭ ଲକ୍ଷ ଟଙ୍କା ପାରିଶ୍ରମିକ । ଏହି ଅଭିନେତ୍ରୀ ଜଣକ ଆଗକୁ ନିଜ ଅଭିନୟ ଦକ୍ଷତା ପାଇଁ ଭଲ ପାରିଶ୍ରମିକ ସାଉଁଟି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।