ଆଲିଆଙ୍କୁ ଡେଟ୍‌ କରିବା ପୂର୍ବରୁ ଏହି ୬ଜଣ ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରି ସାରିଛନ୍ତି ରଣବୀର କପୁର

ମୁମ୍ବାଇ: ବଲିଉଡ୍‌ରେ କଳାକାରମାନଙ୍କର ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । କେତେବେଳେ ବ୍ରେକ୍‌ଅପ୍‌ ତ କେତେବେଳେ ପ୍ୟାଚ୍‌ଅପ୍‌ । ସବୁ ଦିନ କିଛି ନା କିଛି ନୂଅ ପ୍ରେମକାହାଣୀ ଆରମ୍ଭ ହେବାର ଖବର ଆସିଥାଏ । ଏ ସବୁ ଭିତରେ ବଲିଉଡ୍‌ର ଚକୋଲେଟ୍‌ ବଏ ରଣବୀରଙ୍କୁ ଆମେ କେମିତି ଭୁଲିଯିବା ? ଯାହାଙ୍କ ନାଁ ସହ ଅନେକ ଅଭିନେତ୍ରୀଙ୍କ ନାଁ ଯୋଡ଼ା ଯାଇ ସାରିଛି । ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଏ ପର୍ଯ୍ୟନ୍ତ ତାଙ୍କ ଜୀବନରେ ଅନେକ ଅଭିନେତ୍ରୀ ଆସିଛନ୍ତି । ତେବେ ତା’ ମଧ୍ୟରୁ କିଛିଟା ଚର୍ଚ୍ଚାର ପରିସରକୁ ଆସିଛି ଏବଂ କିଛିଟା ଆସି ପାରି ନାହିଁ । ଆଜି ଆମେ ସେହି ଅଜଣା ଅଭିନେତ୍ରୀଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ…
୧. ବଲିଉଡ୍‌ରେ ନୂଆ କରି ନିଜର କ୍ୟାରିୟର ଆରମ୍ଭ କରୁଥିବା ବେଳେ ରଣବୀର ଫ୍ୟାଶନ୍‌ ଡିିଜାଇନର ନନ୍ଦିତା ମହାନ୍ତିଙ୍କ ପ୍ରେମରେ ପଡ଼ିଥିଲେ । କିନ୍ତୁ ଏ ସଂପର୍କ ବେଶି ଦିନ ଚାଲି ନଥିଲା ।

bollywoodbubble.com

୨. ଅବନ୍ତିକା ମଲ୍ଲିକ୍‌ ଏବେ ଅଭିନେତା ଇମ୍ରାନ ଖାନ୍‌ଙ୍କ ବିବାହ କରି ସାରି ଖୁସିରେ ଅଛନ୍ତି । ଅବନ୍ତିକା ଇମ୍ରାନଙ୍କ ପିଲାଦିନର ସାଙ୍ଗ ହୋଇଥିବା ବେଳେ ଗୋଟେ ସମୟରେ ସେ ରଣବୀରଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ବୋଲି ଜଣା ପଡ଼ିଛି । ଫିଲ୍ମ ଜଷ୍ଟ ମହବତ୍‌ର ସୁଟିଂ ସମୟରେ ରଣବୀର ଅବନ୍ତିକାଙ୍କ ନିକଟତର ହୋଇଥିଲେ ।

bollywoodbubble.com

୩. ଫିଲ୍ମ ରକ୍‌ଷ୍ଟାରର ସୁଟିଂ ସମୟରେ ନର୍‌ଗିସ୍‌ ଫକ୍‌ରୀଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଥିଲେ ରଣବୀର କପୁର । ଏହି ଫିଲ୍ମରେ ଦୁହେଁ ଏକା ସାଙ୍ଗରେ କାମ କରିଥିବା ବେଳେ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । କିନ୍ତୁ ଏ ବିଷୟରେ ସେମାନେ ଅଧିକାରୀକ ଭାବରେ କହିବା ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଯାଇଥିଲା ।

bollywoodbubble.com

୪. କିଛି ଦିନ ତଳେ ପାକସ୍ତାନୀ ସୁନ୍ଦରୀ ମାହିରା ଖାନ୍‌ଙ୍କ ପ୍ରେମରେ ରଣବୀର ପଡ଼ିଥିବାର ଖବର ଆସିଥିଲା । ଦୁହେଁ ବିଦେଶରେ ଏକା ସାଙ୍ଗରେ ବୁଲୁଥିବାର ଫଟୋ ଭାଇରାଲ ହେବା ପରେ ଦୁହିଁଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ପରେ ମାହିରା ମୋର ଭଲ ବନ୍ଧବୀ ବୋଲି କହି ସମସ୍ତଙ୍କ ସନ୍ଦେହ ଦୂର କରିଥିଲେ ରଣବୀର ।

bollywoodbubble.com

୫. ଫିଲ୍ମ ଅଜବ ପ୍ରେମ୍‌ କି ଗଜବ କାହାନୀରୁ ଅଭିନେତା ରଣବୀର ଏବଂ କ୍ୟାଟ୍ରିନାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଦୀପିକାଙ୍କ ପରେ କ୍ୟାଟ୍ରିନାଙ୍କ ସହ ଅଧିକ ସମୟ ପର୍ଯ୍ୟନ୍ତ ପ୍ରେମ ସଂପର୍କରେ ରହିଥିଲେ । କିନ୍ତୁ ଜଗା ଜାସୁସର ସୁଟିଂ ସମୟରେ ଦୁହିଁଙ୍କ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା ।

bollywoodbubble.com

୬. ଫିଲ୍ମ ସାଓ୍ଵରିୟାରୁ ସୋନମ କପୁର ଏବଂ ରଣବୀର କପୁର ବଲିଉଡ୍‌ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଯାହା ପରେ ଦୁହିଁଙ୍କ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ଶୁଣିବା ପରେ କରୀନା ସୋନମଙ୍କୁ ନିଜର ଭାଉଜ କରିବେ ବୋଲି ମଧ୍ୟ ଭାବି ନେଇଥିଲେ । କିନ୍ତୁ ଦୁଇ ଜଣ କେବେ ହେଲେ ଏହି ସଂପର୍କକୁ ସ୍ୱୀକାର କରି ନଥିଲେ ।

bollywoodbubble.com
ସମ୍ବନ୍ଧିତ ଖବର