ମୁମ୍ବାଇ: ବଲିଉଡ୍ ଅଭିନେତା ଶ୍ରେୟସ୍ ତଲପଡ଼େ ଗୁରୁବାର ହୃଦ୍ଘାତରେ ପୀଡ଼ିତ ହେବା ପରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି। ସ୍ବାମୀ ହୃତଘାତର ଶିକାର ହେବାପରେ ଶ୍ରେୟସଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ସ୍ତ୍ରୀ ଦୀପ୍ତି ତଲପଡେ ଇନଷ୍ଟାଗ୍ରାମରେ ନିଜର ମନ୍ତବ୍ୟ ଦେଇଛନ୍ତି।
ଇନଷ୍ଟାଗ୍ରାମ ଜରିଆରେ ଶ୍ରେୟସଙ୍କ ସ୍ତ୍ରୀଙ୍କ ସ୍ତ୍ରୀ ଦୀପ୍ତି କହିଛନ୍ତି, ‘ମୋତେ ଏହା କହିବାକୁ ଶାନ୍ତି ଲାଗୁଛି କି ଏବେ ଶ୍ରେୟସଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ସେ କିଛିଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇଯିବେ। ତଥାପି ମୋର ଆପଣମାନଙ୍କୁ ଅନୁରୋଧ କି ଶ୍ରେୟସଙ୍କ ସ୍ବାସ୍ଥ୍ୟର ଉନ୍ନତୀ ପାଇଁ ଆପଣମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।
ସୂଚନାଯୋଗ୍ୟ, ଗତଗୁରୁବାର ସନ୍ଧ୍ୟା ବେଳେ ଶ୍ରେୟସ୍ଙ୍କର ହୃଦ୍ଘାତ ହେବାରୁ ତାଙ୍କୁ ମୁମ୍ବାଇ ଅନ୍ତର୍ଗତ ଅନ୍ଧେରୀ ଅଞ୍ଚଳରେ ଥିବା ବେଲିଭ୍ୟୁ ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ପରେ ରାତି ୧୦ଟାରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଗଲା। ଏଥିପାଇଁ କରାଯାଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ସେ ଭଲ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି।
ଗୁରୁବାର ସନ୍ଧ୍ୟା ସମୟରେ ‘ୱେଲ୍କମ୍ ଟୁ ଦି ଜଙ୍ଗଲ୍’ ଚଳଚ୍ଚିତ୍ର ନିମନ୍ତେ ଶ୍ରେୟସଙ୍କ ସୁଟିଙ୍ଗ୍ ଚାଲିଥିଲା । ସୁଟିଂ ଶେଷ ହେବାପରେ ଅଭିନେତା ହୃଦ୍ଘାତର ଶିକାର ହୋଇଥିଲେ। ଏହି ସମୟରେ ସେ ତଳେ ପଡ଼ିଯାଇଥିଲେ, ଆଉ ଚେତା ହରାଇ ଦେଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଶ୍ରେୟସଙ୍କ ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଥିଲା।