ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ବେଳେ ଏହି  ୫ ବଲିଉଡ୍‍ କଳାକାର ଏହି ଉପାୟ ଆପଣାଇଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବଲିଉଡରେ ଆଗରୁ ଯେଉଁ ଦୃଶ୍ୟକୁ ଲୁଚାଇ କରାଯାଉଥିଲା ଏବେ ସେ ଦୃଶ୍ୟକୁ ଖୁଲମ୍‌ ଖୁଲା କରାଯାଉଛି । ପୂର୍ବ ଅପେକ୍ଷା ଏବେ ବଲିଉଡ଼୍‍ ଫିଲ୍ମରେ ଚୁମ୍ବନ ଦୃଶ୍ୟ ଖୁବ୍‌ ସାଧାରଣ ହୋଇ ଗଲାଣି । ଗୋଟେ ଫିଲ୍ମ କରିବା ପୂର୍ବରୁ ଫିଲ୍ମ ବିଷୟରେ ସବୁ କଥା ଅଭିନେତା ଏବଂ ଅଭିନେତ୍ରୀମାନଙ୍କୁ ଜଣାଇ ଦିଆ ଯାଇଥାଏ । ଫିଲ୍ମରେ କେତୋଟି ଅନ୍ତରଙ୍ଗ ଦୃଶ୍ୟ ରହିଛି ସେ ବିଷୟରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥାଏ ଏବଂ ଏହି ଦୃଶ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ କଳାକାର । କିନ୍ତୁ ଏହି ୫ଜଣ ବଲିଉଡ଼୍‍ କଳାକାର ଅନ୍ତରଙ୍ଗ ଦୃଶ୍ୟ କରିବା ପାଇଁ ଯେଉଁ କୌଶଳ ଆପଣାଇଥିଲେ ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ । ଆସନ୍ତୁ ଜାଣିବା ସେ ବିଷୟରେ..

୧.ଫିଲ୍ମ ‘ବଣ୍ଡିଟ୍‌ କୁଇନ୍‌’ରେ ଅଭିନେତ୍ରୀ ସୀମା ବିଶ୍ୱାସ ରେକର୍ଡ଼ ବ୍ରେକ୍‌ ଅଭିନୟ କରିଥିଲେ । ଫିଲ୍ମରେ ସେ ଫୁଲନ୍‌ ଦେବୀଙ୍କ ଚରିତ୍ରରେ ନଜର ଆସିଥିଲେ, ଯିଏ ବାରମ୍ବାର ଦୁଷ୍କର୍ମର ଶିକାର ହେଉଥିଲେ । ଏହି ଫିଲ୍ମରେ ଅଭିନେତ୍ରୀଙ୍କର ଅନେକ ଦୁଷ୍କର୍ମ ଦୃଶ୍ୟ ଥିବା ସହ ଅନେକ ନଗ୍ନ ଦୃଶ୍ୟ ମଧ୍ୟ ରହିଥିଲା । କିନ୍ତୁ ନଗ୍ନ ଦୃଶ୍ୟ କରିବା ପାଇଁ ସୀମା ବଡ଼ି ଡ଼ବଲର ସାହାଯ୍ୟ ନେଇଥିଲେ । ଅର୍ଥାତ ତାଙ୍କ ବଦଳରେ ଅନ୍ୟ ଜଣେ ମହିଳାଙ୍କୁ ଏହି ଦୃଶ୍ୟ କରିଥିଲେ ।

YouTube

୨.ଫିଲ୍ମ ‘ତ୍ରିଶାଗ୍ନି’ରେ ଅଭିନେତ୍ରୀ ପଲ୍ଲବୀ ଯୋଶୀ ମଧ୍ୟ ବଡ଼ି ଡ଼ବଲର ସାହାଯ୍ୟ ନେଇଥିଲେ । ଫିଲ୍ମରେ ଅନେକ ନଗ୍ନ ଦୃଶ୍ୟ ଥିବାରୁ ସେ ଏପରି କରିଥିଲେ ।

୩.ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଫିଲ୍ମ ଏକ ‘ପହେଲି ଲୀଲା’ରେ ସନ୍ନି ଲିଓନ୍‌ ଅଭିନେତା ମୋହିତ୍‌ଙ୍କ ସହ ଥିବା ଅନ୍ତରଙ୍ଗ ଦୃଶ୍ୟ କରିବା ପରିବର୍ତ୍ତେ ନିଜ ସ୍ୱାମୀ ଡ଼ାନିଏଲ୍‌ଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିଥିଲୋ

୪.ସଲମାନ୍‌ ଖାନ୍‌ଙ୍କ  ଭଳି ଅଲ୍ଲୀ ଜଫର୍‌ ମଧ୍ୟ ଅନ୍ତରଙ୍ଗ ଦୃଶ୍ୟ କରିବା ପାଇଁ ପସନ୍ଦ କରନ୍ତି ନାହିଁ । ଯାହା ପାଇଁ ସେ ଫିଲ୍ମ ‘ଲଣ୍ଡନ ପ୍ୟାରିସ୍‌ ନ୍ୟୁୟର୍କ’ରେ ବଡ଼ି ଡ଼ବଲର ସାହାଯ୍ୟ ନେଇଥିଲେ ।

Reviews – WordPress.com

୫.ଫିଲ୍ମ ‘ସାତ୍‌ ଖୁନ୍‌ ମାଫ୍‌’ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥିଲୋ ଏହି ଫିଲ୍ମରେ ତାଙ୍କର କିଛି ଅନ୍ତରଙ୍ଗ ଦୃଶ୍ୟ ମଧ୍ୟ ରହିଥିଲା, ଯାହା ପାଇଁ ପ୍ରିୟଙ୍କା ବଡ଼ି ଡ଼ବଲର ସାହାଯ୍ୟ ନେଇଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର