ଭୁବନେଶ୍ୱର: ୨୦୧୮ ବର୍ଷର ପ୍ରଥମ ଆଠ ମାସ ବିତିଯାଇଛି। ଏହି ସମୟ ମଧ୍ୟରେ ମୋଟ୍ ଅଠରଟି ନୂଆ ଓଡ଼ିଆ ସିନେମା ପରଦାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୮ର ପ୍ରଥମ ସିନେମା ହେଲା ‘ଓନଲି ପ୍ୟାର୍’ । ସୁନୀଲ କୁମାର ଦାଶଙ୍କ ପ୍ରଯୋଜିିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ । । ଏଥିରେ ବାବୁସାନ୍, ସୁପ୍ରିୟା, ମିହିର ଦାସ , ଅପରାଜିତା ଓ ପ୍ରଜ୍ଞା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିଲା । ଜାନୁଆରିର ଆଉ ଏକ ରିଲିଜ୍ ହେଲା ‘ହାପି ଲକି’ । ଜାନୁଆରି ୨୧ ତାରିଖରେ ରିଲିଜ୍ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ଏହି ସିନେମାରେ ସମ୍ବିତ୍ , ନବାଗତା ସସ୍ମିତା, ଜ୍ୟୋତି , ଏଲିନା ଓ ବବି ମିଶ୍ର ପ୍ରମୁଖ ଲିଡ ରୋଲରେ ଥିଲେ ।
ଫେବୃଆରି ମାସରେ କେବଳ ଗୋଟିଏ ସିନେମା ‘ ଗୁଡୁ ଆଣ୍ଡ୍ ଗୁଡି’ ରିଲିଜ୍ ହୋଇଥିଲା । ସୂର୍ଯ୍ୟକାନ୍ତ ସାମଲ ଏହାର ପ୍ରଯୋଜକ ଓ ଶୁଭାଶିଷ ପତି ନିର୍ଦ୍ଦେଶକ । ଏଥିରେ ସୂର୍ଯ୍ୟକାନ୍ତ, ହିମିକା, ସଲିଲ ମିତ୍ର, ମିହିର ଦାସ ଓ ମାମୁନି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମରେ ଫେବୃଆରି ୨୩ ତାରିଖରେ ମୁକ୍ତିଲାଭ କରିଥିଲା ।
ମାଚ୍ଚ୍ର୍ ମାସରେ ଚାରିିଟି ସିନେମା ପରଦାକୁ ଆସିଥିଲା । ଏଥିମଧ୍ୟରୁ ମାର୍ଚ୍ଚ ୧ ତାରିଖରେ ରିଲିଜ୍ ହୋଇଥିଲା ‘ମନର ମାନସୀ’ । ଏଥିରେ ବିଭାସ, ସୋନାଲୀ, ଅଜିତ ଦାସ ଓ କେକେ ପ୍ରମୁଖ ଅଭିନୟ କରିଥିଲେ । ମାର୍ଚ୍ଚ ୪ ତାରିଖରେ ମୁକ୍ତିଲାଭ କରିଥିଲା ଏ ବର୍ଷର ପଞ୍ଚମ ସିନେମା ‘ଦୀପୁ ଦ ଡ୍ୟାନ୍ସ ବୟ ’ । ମନୋଜ ରାଉତଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିିଲେ ଅରୁଣ ଦାସ, ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର। ଏଥିରେ ମନୋଜ ରାଉତ, ଏଲିସା, କୋଏଲ, ବବି ମିଶ୍ର, ମୀନକେତନ ଓ ଅଜିତ ଦାସ ଅଭିନୟ କରିଥିଲେ । ମାର୍ଚ୍ଚ ୯ ତାରିଖରେ ପରଦାକୁ ଆସିଥିଲା ‘ହତ୍ୟା’। ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଟି ଗଣେଷ । ଏଥିରେ ଅର୍ପଣ ଏବଂ ଅନେ୍ଵଷା ଲିଡରୋଲରେ ଥିଲେ ମାର୍ଚ୍ଚ ୨୩ ତାରିଖରେ ସୋହମ ସିଂହଙ୍କ ପ୍ରଯୋଜିତ ତଥା ବିଶ୍ୱଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ ଅଜାତଶତ୍ରୁ’ ରିଲିଜ୍ ହୋଇଥିଲା । ଏଥିରେ ସୋହମ୍ , ସାଧ୍ଭି ସିଂ, ଦେବଯାନୀ ଓ ମନୋଜ ମିଶ୍ର ଲିଡ ରୋଲରେ ନଜର ଆସିଥିଲେ ।
ଏପ୍ରିଲ୍ ୧୩ ତାରିଖରେ ଦୁଇଟି ଓଡ଼ିଆ ସିନେମା ପରଦାକୁ ଆସିଥିଲା। ଏଥିମଧ୍ୟରୁ ଗୋଟିଏ ହେଲା ‘ଦିଓ୍ଵାନା ହେଲି ତୋ’ପାଇଁ’। ଶ୍ରୀତମ୍ ଦାସ ଏହାର ନିର୍ଦ୍ଦେଶକ। ଅଶୋକ କୁମାର ଦାଶ ଏହାର ପ୍ରଯୋଜକ। ସିଦ୍ଧାନ୍ତ, ମୁନ୍ନା, ରୀୟା ଦେ, ଶ୍ରୀତମ ଦାସ, ଉଷସୀ ମିଶ୍ର ଓ ପପୁ ପମ୍ପମ୍ ଏହାର ମୁଖ୍ୟ କଳାକାର। ସେହି ସମାନ ତାରିଖରେ ‘ ଓଲେ ଓଲେ ଦିଲ୍ବୋଲେ’ ଟାଇଟଲରେ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ବିଭୁତିଭୂଷଣ ଷଡଙ୍ଗୀ ଏହାର ନିର୍ମାତା ଓ କୈଳାସ ମହାପାତ୍ର ନିର୍ଦ୍ଦେଶକ। ଏଥିରେ ସିଦ୍ଧାନ୍ତ, ଜ୍ୟୋତି, ଝିଲିକ୍ ଓ ମିହିର ଦାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୦୧୮ର ଦଶମ ଓଡ଼ିଆ ଛବି ହେଲା ‘ଯୋଗୀ’। ଶ୍ରୀଧର ମାର୍ଥ। ଏହାର ପ୍ରଯୋଜକ ଓ ନିରଂଜନ ବେହେରା ନିର୍ଦ୍ଦେଶକ। ଏଥିରେ ହର ରଥ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଆର୍ଯ୍ୟନ୍ ଦାଶ କୁମାର, ନିକିତା ମିଶ୍ର ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏ ବର୍ଷର ଏକାଦଶ ଓଡ଼ିଆ ସିନେମା ହେଲା ‘ଶକ୍ତି’। ରୋନକ ସାହୁ ଓ ମୀନତି ସାହୁଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ। ଏଥିରେ କରଣ୍ , ସୂରମୟୀ, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ଓ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଥିଲେ। ୨୦୧୮ର ଦ୍ୱାଦଶ ଓଡ଼ିଆ ଛବି ହେଲା ‘ଲଭ ପ୍ରମିଜ୍’। ସନ୍ତୋଷ ବିଶ୍ୱାଳ ଏହାର ନିର୍ଦ୍ଦେଶକ। ଏଥିରେ ରାକେଶ ଓ ଜୟା ଲିଡ ରୋଲରେ ଥିଲେ।
ଗତ ଜୁନ୍ ମାସରେ ଦୁଇଟି ଓଡ଼ିଆ ଛବି ପରଦାକୁ ଆସିଥିଲା। ଏହା ହେଲା ସୁନ୍ଦରଗଡ଼ର ସଲମାନ୍ ଖାନ୍ ଏବଂ ଫୋର୍ ଇଡିଅଟସ୍। ସୁନ୍ଦରଗଡ଼ର ସଲମାନ୍ ରେ ବାବୁସାନ୍,ନବାଗତା ଦିବ୍ୟା ,ମିହିର ଦାସ ,ସାତ୍ୟକୀ ମିଶ୍ର ଏବଂ ଉଷସୀ ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ଅଶୋକ ପତି ଏହାର ନିର୍ଦ୍ଦେଶନା ଦେଇଥିଲେ। ଫୋର୍ ଇଡିଅଟସ୍ରେ ସବ୍ୟସାଚୀ,ଆକାଶ,କୁନା ତ୍ରିପାଠୀ, ଚିତ୍ତ ତ୍ରିପାଠୀ, ଏଲିନା ସାମନ୍ତରାୟ, ପୁନମ୍ ମିଶ୍ର, ଲିପ୍ସା ମିଶ୍ର ଓ ଚାନ୍ଦିନୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।‘ଫୋର୍ ଇଡିଅଟ୍ସ’ର ନିର୍ଦ୍ଦେଶନା ଦେଇଥିଲେି ବସନ୍ତ ସାହୁ । ଏହାର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା ପ୍ରଡକ୍ସନ୍, ପ୍ରକାଶ ଫିଲ୍ମସ ଓ ଜୀ ସାର୍ଥକ।
ଜୁଲାଇ ମାସରେ ସବ୍ୟସାଚୀ-ଏଲିନାଙ୍କ ଅଭିନୀତ ‘ଟୋକାଟା ଫସିଗଲା’ଓ ରୋନକ ଦାଶ-ମେଘା ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଏକ୍ସ କ୍ୟୁଜ୍ ମି’ମୁକ୍ତିଲାଭ କରିଥିଲା। ଠିକ ସେହିପରି ଅଗଷ୍ଟ୧୫ରେ ଆସିଥିଲା ବାବୁସାନ୍ ଏବଂ ସନମୀରାଙ୍କ ଅଭିନୀତ ‘ଲୋକାଲ୍ ଟୋକା ଲଭ୍ ଚୋଖା’। ଅଗଷ୍ଟ ୩୧ରେ ରିଲିଜ୍ ହୋଇଥିଲା ଅର୍ଦ୍ଧେନ୍ଦୁ ,ତମନ୍ନା, ଆହନା ଏବଂ ସିଦ୍ଧାନ୍ତଙ୍କ ଅଭିନୀତ ‘ବ୍ଲାକମେଲ୍’ ।