ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରକାରର ପ୍ରତିଦ୍ବନ୍ଦିତା ଚାଲିଛି। ଏହି ପ୍ରତିଯୋଗିତାରେ ଆଗକୁ ବଢ଼ିବାକୁ କିଛି ଲୋକ ଏପରି ଅଦ୍ଭୁତ କାର୍ଯ୍ୟ କରନ୍ତି ଯାହାକୁ ଦେଖିବା ପରେ ଆପଣ ନଜ ହସ ରୋକିପାରିବେ ନାହିଁ।

Advertisment

ବେଳେବେଳେ କେହି କେହି ସର୍ବସାଧାରଣ ପ୍ଲାଟଫର୍ମରେ ନାଚିବା ଆରମ୍ଭ କରନ୍ତି ତ ପୁଣି କେହି ଟ୍ରେନରେ ନାଚିବା ଆରମ୍ଭ କରିଦିଅନ୍ତି। ଆମେ ଆଜି ଯାହାଙ୍କ ବିଷୟରେ କହୁଛି, ସେ ରେଳ ଷ୍ଟେସନର ପ୍ଲାଟଫର୍ମରେ ପହଞ୍ଚି ଶାହାରୁଖ ଖାନଙ୍କ ଗୀତରେ ନାଚିବା ଆରମ୍ଭ କରିଥିଲେ।

ଆଜିକାଲି ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ନୃତ୍ୟ ଦେଖି ଲୋକମାନେ ବହୁତ ଉପଭୋଗ କରୁଛନ୍ତି। କିଛି ଲୋକ ଏପରି କାର୍ଯ୍ୟକୁ ବାରଣ ବି କରିଛନ୍ତି। ଜଣେ ବ୍ୟବହାରକାରୀ ରେଳବାଇକୁ ପ୍ଲାଟ୍‌ଫର୍ମ ଟିକେଟ୍‌ ଦର ୧୦୦୦ ଟଙ୍କା କରିଦେବାକୁ ନିବେଦନ କରି ଦେଇଛନ୍ତି।

ମୁମ୍ବାଇ ରେଳ ଷ୍ଟେସନରେ ଯୁବକଙ୍କ ନୃତ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଯୁବକ ଜଣକ ‘ଦିଲ୍‌ ତୋ ପାଗଲ୍‌ ‌‌ ହେ’ ଫିଲ୍ମର ‘ଚକ୍‌ ଧୁମ୍‌ ଧୁମ୍‌’ ଗୀତରେ ନାଚୁଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓକୁ ଦେଖି ଲୋକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓ ପୋଷ୍ଟ କରି ‘ରୋଡସ୍ ଅଫ୍ ମୁମ୍ବାଇ ନାମକ’ ଜଣେ ଟ୍ୱିଟର ବ୍ୟବହାରକାରୀ ଭବିଷ୍ୟତରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଭାରତୀୟ ରେଳବାଇକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି।