‘ବନାରସ ମିଡିଆ ୱାର୍କସ୍‌’ ବ୍ୟାନରରେ କରୋନାକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର

କରୋନ‌ା ମହାମାରୀକୁ ନେଇ ବନାରସ ମିଡିଆ ୱାର୍କସ୍‌ ବ୍ୟାନର୍‌‌ରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ଅନୁଭବ ସିହ୍ନା। ହଂସଲ ମେହେତା, ସୁଧୀର ମିଶ୍ର, କେତନ ମେ‌‌ହେତା ଓ ସୁଭାଷ କପୁରଙ୍କ ଭଳି ନିର୍ଦ୍ଦେଶକଙ୍କ ସହ ମିଳିତ ଭାବେ ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବେ। ଯଦିଓ ଚଳଚ୍ଚିତ୍ରର ଏଯାବତ୍‌ ନାମକରଣ କରାଯାଇନାହିଁ, କିଛି ବ୍ୟକ୍ତିଗତ ଅନୁଭୂତି ଓ କାହାଣୀର ସମୂହକୁ ନେଇ ଏହା ନିର୍ମିତ ହେବ ବୋଲି କୁହାଯାଉଛି।

ଅନୁଭବ କହିଛନ୍ତି, ବାସ୍ତବ ଜୀବନର ବିଭିନ୍ନ ଘଟଣାବଳିକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ମୋର ଇଚ୍ଛା ହୋଇଥିଲା। ନିର୍ଦ୍ଦେଶକ ସୁଧୀର ଭାଇଙ୍କ ଡ୍ରାଇଭର୍‌ କରୋନା ଆକ୍ରାନ୍ତ ହୋଇଥିଲେ। ବହୁ ଚେଷ୍ଟା ପରେ ତାଙ୍କୁ ହସ୍‌ପିଟାଲ୍‌ରେ ବେଡ୍‌ଟିଏ ମିଳି ନଥିଲା। ତେଣୁ ଏହା ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ମୁଁ ବିଚାର କରିଥିଲି। ଖାଲି ସେହି ଘଟଣା ନୁହେଁ, ଏପରି ଅନେକ ଘଟଣା ଅଛି, ଯାହା ମୋ ଚଳଚ୍ଚିତ୍ରରେ ଦର୍ଶକେ ଦେଖିବାକୁ ପାଇବେ। ଉଲ୍ଲେଖଯୋଗ୍ୟ, ‘ମୁଲ୍କ’, ‘ଆର୍ଟିକିଲ୍‌-୧୫’, ଥପ୍ପଡ଼ ଭଳି ଚଳଚ୍ଚିତ୍ର କରି ଶ୍ରୀ ସିହ୍ନା ଉଭୟ ସମୀକ୍ଷକ ଓ ଦର୍ଶକମହଲ‌ରେ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି।

ସମ୍ବନ୍ଧିତ ଖବର