ମୁମ୍ବାଇ: ଚାଟ୍ ସୋ’ କଫି ଉଇଥ୍ କରଣ-୮କୁ ନେଇ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର। ସୋ’ର ପ୍ରତିଟି ଅଧ୍ୟାୟ ଭାଇରାଲ ହେବା ସହ ଷ୍ଟାରଙ୍କ ଅନେକ ଖୁଲାସା ଚର୍ଚ୍ଚାର ବିଷୟ ପାଲଟୁଛି। ପୂର୍ବରୁ କଳାକାର ରଣବୀର ସିଂହ ଓ ଦୀପିକା ପାଦୁକୋନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଏଭଳି ଖୁଲାସା କରିଥିଲେ, ଯାହା ପାଇଁ ସେମାନଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା। ଏବେ ସିଂଙ୍ଘମ ଷ୍ଟାର ଅଜୟ ଦେବଗନ ନିଜ ପତ୍ନୀଙ୍କୁ ନେଇ କିଛି ଏଭଳି କଥା କହିଦେଇଛନ୍ତି, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ, ସୋ’କୁ ଅଜୟ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀଙ୍କ ସହ ଅତିଥି ହୋଇ ଆସିଥିଲେ। ଏହି ସମୟରେ କରଣ ତାଙ୍କୁ ପଚାରିଥିଲେ ଯେ, ଯଦି କାଜୋଲ ଆପଣଙ୍କ ସହ କଥା ହେଉନାହାଁନ୍ତି ତେବେ ଏହାର କାରଣ କ’ଣ ହୋଇପାରେ? ଉତ୍ତରରେ ହସି ହସି ଅଜୟ କହିଥିଲେ, 'ମୁଁ ସେହି ଦିନକୁ ଅପେକ୍ଷା କରିଛି ଯେତେବେଳେ ସେ ମୋ ସହ କଥାବାର୍ତ୍ତା ହେବା ବନ୍ଦ କରିବେ'। ଏହା ଶୁଣି ୩ଜଣ ହସିବାକୁ ଲାଗୁଛନ୍ତି।
View this post on Instagram
ତେବେ ସ୍ବାମୀଙ୍କ ମୁହଁରୁ ଏଭଳି କଥା ଶୁଣି କାଜୋଲ କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଦେଖିବାକୁ ବାକି ରହିଲା।