ମୁମ୍ବାଇ: ଏକ୍ଜିଟ୍ ପୋଲ୍ ଆସିବା ପରେ ବିବେକ ଓବରାଏ ଦେଇଥିବା ବିବାଦୀୟ ମେମେ ଟ୍ଵିଟ୍ ପାଇଁ ସେ କ୍ଷମା ମାଗି ସାରିଲେଣି। ମାତ୍ର ଏବେ ସୋସିଆଲ୍ ମିଡିଆରେ ଘୂରିବାରେ ଲାଗିଛି ଆଉ ଏକ ମଜାଦାର୍ ମେମେ। ଦେଖିବାକୁ ମିଳିଛି ଯେ ଗୋଟିଏ ବାଇକ୍ରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଓ ସଲମାନ ଖାନ ସାଥୀ ହୋଇ ଯାଉଛନ୍ତି। ଟ୍ଵିଟର୍ ବ୍ୟବହାରକାରୀମାନେ ତାହାକୁ ମେମେ ବନାଇ ଲେଖିଛନ୍ତି କି ବିବେକ ଐଶ୍ୱର୍ଯ୍ୟାଙ୍କୁ ନେଇ ବିବାଦୀୟ ଟ୍ଵିଟ୍ ଦେବା ପରେ ତାଙ୍କର ପ୍ରତିଶୋଧ ନେବାକୁ ସଲମାନ ଓ ଅଭିଷେକଙ୍କ ସହ ଅମିତାଭ ବଚ୍ଚନ ବି ସାଥୀ ହୋଇ ଯାଉଛନ୍ତି।
ଉଲ୍ଳେଖଯୋଗ୍ୟ, ରବିବାର ଏକ୍ଜିଟ୍ ପୋଲ୍ ଆସିବା ପରେ ଏହାକୁ ନେଇ ବିବେକ ଟ୍ଵିଟର୍ରେ ଏକ ମଜାଦାର ଟ୍ଵିଟ୍ କରିଥିଲେ। ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କର ସଲମାନଙ୍କ ସହ ଥିବା ଏକ ଫଟୋକୁ ‘ଓପିନିୟନ ପୋଲ୍’, ନିଜ ସହ ଥିବା ଏକ ଫଟୋକୁ ‘ଏକ୍ଜିଟ୍ ପୋଲ୍’ ଏବଂ ଶେଷର ସ୍ୱାମୀ ଅଭିଷେକଙ୍କ ସହ ଥିବା ଏକ ଫଟୋକୁ ‘ରେଜେଲ୍ଟ’ ବୋଲି ଲେଖ ଟ୍ଵିଟ୍ କରିଥିଲେ। ଯାହା ତତ୍କ୍ଷଣାତ ଚାରିଆଡ଼େ ପ୍ରଘଟ ହୋଇ ଯାଇଥିଲା। ଏହା ପରେ ବିବେକଙ୍କୁ ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ ପକ୍ଷରୁ ଜଣେ ମହିଳାଙ୍କୁ ଅପମାନ କରିଥିବା ଅଭିଯୋଗରେ ଏକ ନୋଟିସ୍ ଜାରି କରାଯାଇଥିଲା।
ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଅଭିନେତା ବିବେକ ଓବରାୟ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ ମଙ୍ଗଳବାର କ୍ଷମା ମାଗିଛନ୍ତି। ସେ ତାଙ୍କର ପୁରୁଣା ଟ୍ଵିଟ୍କୁ ଡିଲିଟ୍ କରିଦେବା ସହ ଅନ୍ୟ ଏକ ଟ୍ଵିଟ୍ କରି ଲେଖିଛନ୍ତି ଯେ ‘ଯଦି ମୋ ମେମେରେ କୌଣସି ମହିଳାଙ୍କ ଅପମାନ ହୋଇଛି ତେବେ ମୁଁ କ୍ଷମା ମାଗୁଛି। ପୁରୁଣା ଟ୍ଵିଟ୍ ଡିଲିଟ୍ କରି ଦେଇଛି।’