ଚେନ୍ନାଇ: କିଛି ସପ୍ତାହ ତଳେ କେରଳର ଜଣେ ଶ୍ରମିକ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ୍ଙ୍କ ସଂଗୀତ ନିର୍ଦ୍ଦେଶନାରେ ‘ବିଶ୍ୱରୂପମ୍’ଚଳଚ୍ଚିତ୍ର ଲାଗି ଗୀତ ରେକର୍ଡିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ନିଜ ପ୍ରତିଭା ବଳରେ କଣ୍ଠଶିଳ୍ପୀର ମାନ୍ୟତା ହାସଲ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାକେଶ ଉନ୍ନି। ରାକେଶଙ୍କ ଗୀତ ବଜାରକୁ ଆସିବା ପରେ ସେ ରାତାରାତି ବହୁ ଜଣାଶୁଣା ସଂଗୀତ ନିର୍ଦ୍ଦେଶକଙ୍କ ଠାରୁ ଅଫର୍ ପାଇବା ଆରମ୍ଭ କରିଛନ୍ତି। ପାଲଟି ଯାଇଛନ୍ତି ନୂଆ ମ୍ୟୁଜିକ୍ ସେନ୍ସେସନ୍।
ବର୍ତ୍ତମାନ ଠିକ୍ ସେଭଳି ଜଣେ ପ୍ରତିଭାଙ୍କୁ ସାମ୍ନାକୁ ଆଣିଛନ୍ତି ଗ୍ରାମୀ ପୁରସ୍କାର ବିଜେତା ସଂଗୀତଜ୍ଞ ଏ.ଆର୍.ରହମାନ୍। ଆନ୍ଧ୍ରପ୍ରଦେଶର ଜଣେ ଅଜଣା ଗୃହିଣୀଙ୍କ ଭିଡ଼ିଓ ରହମନ୍ ସେୟାର୍ କରିଛନ୍ତି। ଯେଉଁଥିରେ ମହିଳା ଜଣକ ଅତ୍ୟନ୍ତ ଆକର୍ଷଣୀୟ ଭାବେ ତେଲୁଗୁ ଗୀତ ‘ଓ ଚେଲିଆ’ ଗୀତଟି ପରିବେଷଣ କରୁଛନ୍ତି। ଶୁଣିଲେ ମନେହେଉଛି ସତେ ଯେପରି ପେସାଦାର ଶିଳ୍ପୀ ଗୀତଟିକୁ ଗାଉଛନ୍ତି।
ଏ.ଆର୍ ରହମନ୍ ଏହି ଭିଡ଼ିଓ ସେୟାର୍ କରିବା ପରେ ବ୍ୟବହାରକାରୀଙ୍କ ଠାରୁ ସୂଚନା ମିଳିଛି କି ମହିଳା ଜଣକ ହେଉଛନ୍ତି ବେବି। ସେ ଆନ୍ଧ୍ରପ୍ରଦେଶର ପୂର୍ବ-ଗୋଦାବରୀ ଜିଲ୍ଲାର ବାଦିସାଲେରୁ ଗ୍ରାମର ବସିନ୍ଦା।
ଇତିମଧ୍ୟରେ ବେବିଙ୍କୁ ସିନେମାରେ ଗୀତ ଗାଇବାର ସୁଯୋଗ ମିଳିଛି। ଦକ୍ଷିଣୀ ସିନେମାର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ କୋଟେଶ୍ୱର ରାଓ ଦକ୍ଷିଣୀ ସିନେମାର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ କୋଟେଶ୍ୱର ରାଓ ତାଙ୍କୁ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଛନ୍ତି।