‘ଏ ସୁଇଟବୁଲ ବଏ’ ଟ୍ରେଲରରେ କିସ କରୁଥିବାର ନଜର ଆସିଲେ ତବୁ-ଈଶାନ ଖଟର

ମୁମ୍ବାଇ: ଇଶାନ ଖଟ୍ଟର ଏବଂ ତବୁଙ୍କ ମୁଖ୍ୟ ଅଭିନୟରେ ନିର୍ମାଣ ହୋଇଥିବା ଟିଭି ଧାରାବାହିକ ‘ଏ ସୁଇଟବୁଲ ବଏ’ର ଟ୍ରେଲର ରିଲିଜ ହୋଇଛି। ଏହି ଧାରାବାହିକରେ ବିକ୍ରମ ସେଠଙ୍କ ପ୍ରସିଦ୍ଧ ପୁସ୍ତକ ‘ଏ ସୁଇଟବୁଲ ବଏ’ର କାହାଣୀ ପ୍ରଦର୍ଶିତ ହେବ | ନିର୍ଦ୍ଦେଶକ ମେରା ନାୟାର ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ଟ୍ରେଲରକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଟ୍ରେଲରରେ ବଲିଉଡ ଅଭିନେତ୍ରୀ ତବୁ ଓ ଈଶାନ ଖଟରଙ୍କ କିଛି ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଲତା ମେହେରା ନାମକ ଯୁବତୀଙ୍କ ମା ରୁପା ମେହେରା ତାଙ୍କ ପାଇଁ ଉପଯୁକ୍ତ ପୁଅ ଖୋଜୁଛନ୍ତି, ଯାହାଫଳରେ ଲତା ଶୀଘ୍ର ବିବାହ କରିପାରିବେ |

ଏହି ସମୟରେ ଲତା ତାଙ୍କ କଲେଜରେ ପଢ଼ୁଥିବା କବୀରଙ୍କ ପ୍ରେମରେ ପଡିଛନ୍ତି । ଅନ୍ୟପକ୍ଷରେ ଲତାଙ୍କ ଭଉଣୀ ସବିତାଙ୍କ ଦିଅର ମାନ କପୁରଙ୍କ ଆଲୋଚନା ସାରା ସହରରେ ଚାଲିଛି। ମାନ କପୁର (ଇଶାନ ଖଟ୍ଟର) ଜଣେ ଜିଦଖୋର ଯୁବକ ହୋଇଥିବାବେଳେ ତାଙ୍କର ସାଇଦା ବାଇଙ୍କ ସହ ସମ୍ପର୍କ ସୃଷ୍ଟି ହୋଇଛି | ସାଇଦା ବାଇ (ତବୁ) ସହରର ଜଣେ ପ୍ରସିଦ୍ଧ ଗାୟିକା ଏହି ଦୁହିଁଙ୍କ ଅନ୍ତରଙ୍ଗ ସମ୍ପର୍କ ବାବଦରେ ଜଣାପଡିଛି | ଟ୍ରେଲରରେ ଆପଣ ଈଶାନ ଖଟ୍ଟର ଏବଂ ତବୁଙ୍କୁ ଏକାଠି ଦେଖିବେ |


ଦୁହିଁଙ୍କ କେମେଷ୍ଟ୍ରି ଏବଂ ସମ୍ପର୍କ ବହୁତ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଛି | ଏହି ଦୁଇଜଣଙ୍କର ପ୍ରେମ କାହାଣୀ ବ୍ୟତୀତ ଆପଣ ଲତା ଏବଂ କବୀରଙ୍କ ପ୍ରେମ କାହାଣୀ ମଧ୍ୟ ଦେଖିବେ | ଲତା ଭୂମିକାରେ ଅଭିନେତ୍ରୀ ତନୟା ମାଣିକତାଲା ଏବଂ କବୀରଙ୍କ ଭୂମିକାରେ ଦାନେଶ ରିଜଭିଙ୍କୁ ଦେଖିବାକୁ ପାଇବେ | ଏମାନଙ୍କ ବ୍ୟତୀତ ରାମ କପୁର, ନମିତ ଦାସ, ରସିକା ଦୁଗଲ ପ୍ରମୁଖ ଅଭିନୟ କରିଛନ୍ତି | ବିବିସି ୱାନରେ ଏହା ଜୁଲାଇ ୨୬ ତାରିଖରେ ରିଲିଜ ହେବ |

ସମ୍ବନ୍ଧିତ ଖବର