ବଲିଉଡର ଏହି ପରଫେକସନିଷ୍ଟଙ୍କ ନାୟିକା ବନିବେ ଆଲିଆ ଭଟ୍ଟ!

ମୁମ୍ବାଇ: ବଲିଉଡର ପ୍ରତିଭାବାନ୍‌ ଅଭିନେତା ଅମୀର ଖାନ୍‌ ଏବେ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ଫିଲ୍ମର କାମରେ ବ୍ୟସ୍ତ ଅଛନ୍ତି। ଏଥିରେ ଅମୀରଙ୍କ ବ୍ୟତୀତ ଅମିତାଭ ବଚ୍ଚନ,କାଟ୍ରିନା କୈଫ୍‌ ଓ ଫତିମା ସନା ଶେଖ୍‌ ପ୍ରମୁଖ ମଧ୍ୟ ଅଛନ୍ତି।

‘ଠଗ୍‌ସ ଅଫ୍‌ ହିନ୍ଦେସ୍ତାନ୍‌’ପରେ ଅମୀର ଖାନ୍‌ କେଉଁ ସିନେମାରେ କାମ କରିବେ,ତାକୁ ନେଇ ପ୍ରଶଂସକଙ୍କ ମହଲରେ ଉତ୍କଣ୍ଠା ଲାଗି ରହିଛି। ଶୁଣିବାକୁ ମିଳୁଛି ଯେ,ଏବେ ଅମୀର ଖାନ୍‌ଙ୍କ ହାତରେ ଏକ ନୂଆ ଫିଲ୍ମ ରହିଛି,ଯାହା ଏକ ହଲିଉଡ ଫିଲ୍ମର ରିମେକ୍‌ ।

ଅମୀର ଖାନ୍‌ଙ୍କ ଏହି ନୂଆ ସିନେମାର ଟାଇଟଲ୍‌ ଏଯାଏଁ ଜଣା ପଡି ନାହିଁ। ତେବେ ଏହି ସିନେମାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେଉଥିବାର ଖବର ମିଳିଛି। ଏହା ୨୦୧୯ ବଡ଼ ଦିନ ଅବସରରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ଏହି ଅନ୍‌ ଟାଇଟଲ୍‌ଡ ଫିଲ୍ମର ନିର୍ଦ୍ଦେଶନା ଦେବେ ସକୁନ୍‌ ବାତ୍ରା। ସକୁନ୍‌ ପୂର୍ବରୁ କପୁର ଆଣ୍ଡ୍‌ ସନ୍‌ସ ଭଳି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମରେ ଅମୀର ଖାନ୍‌ଙ୍କ ବିପକ୍ଷରେ ଆଲିଆ ଭଟ୍ଟ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଆଗରୁ ଆଲିଆ ଶାହରୁଖ୍‌ ଖାନଙ୍କ ସହ ଡିଅର୍‌ ଜିନ୍ଦେଗିରେ କାମ କରିଛନ୍ତି।

ସମ୍ବନ୍ଧିତ ଖବର