ଆମ ଏଠିକା ଫେଲିମି ନାଇନର କଥା ଶୁଣିଲେ ଆପଣଙ୍କ ମୁଣ୍ଡ ସମାନ ଟିଣା ହେଇଯିବ। ହେଇ ଦେଖୁନାହାନ୍ତି ଆମ ଦାସ ଭାଇ ପୁଅଙ୍କୁ । ବଢ଼ିଆ ବଢ଼ିଆ ଫେଲିମିରେ ହିର ବନି ନୋକଙ୍କୁ ଚମକେଇ ଦଉଥେଲେ। ଏବେ ତା’ର କିଅଣ ହେଇଚି କେଜାଣି, ଫେଲିମିରେ ନାଟ କରିବା କଥା ଅଇଲେ କୁଆଡେ ନୁଚି ଯାଉସେନ୍ତି ପୁଅ। କିସ ହେଲାକି ? ଏଇଟା ଆମେ କଉନୁ ଫେଲିମି ନାଇନର ନୋକେ ଟୁପୁରୁ ଟାପୁର ହଉସେନ୍ତି । ବାପ ତ ସବୁ ଫେଲିମିରେ ନାଟ କରୁସେନ୍ତି, ହେଲେ ପୁଅ ପରଦାରେ ଦିଶୁନି କିଆଁ!
ପଣ୍ଡା ଭାଇନା ମୁଣ୍ଡରେ ହାତ ଦେଇ ବଇସେନ୍ତି । ଦାସ ଭାଇ ପୁଅଙ୍କୁ ହିର କରି ଫେଲିମି କରିବାକୁ ଅଣ୍ଟା ଭିଡ଼ିଥେଲେ । ପୁଅ ଗପ ଶୁଣିଲେ, ନାଟ କରିବେ ବୋଲି ବଇନା ବି ରଖିଲେ। ହେଲେ ନଡ଼ିଆ ଭଙ୍ଗା ଦିନ କୁଆଡେ ନୁଚି ଗଲେ। ପଣ୍ଡା ଭାଇନା ଫୁନ୍ ମାରି ମାରି ଥେୟା। ପୁଅ ଅଇଲେ ନାଇଁ। ଆରେ ଇଏ କି କଥା! ଇମିତି ହେଲେ କିଅଣ ଚଳିବ? ପଣ୍ଡା ଭାଇନାଙ୍କ ଭଳିଆ ନୋକଟା ହଟହଟା ହେଲା। ଦାସ ଭାଇ ପୁଅଙ୍କୁ ସେ ଡାକତର କରେଇବାକୁ ନାଗି ଥେଲେ, ହେଲେ ଫୁସ୍!
ପାଢ଼ୀ ଭାଇନାଙ୍କ ମାମଲା ବି ଏଇ ଭଳିଆ। ସେ ବି ଦାସ ଭାଇ ପୁଅଙ୍କୁ ହିର କରି ଫେଲିମି କରିବାକୁ ବାହାରି ଥେଲେ। ହେଲେ କିଅଣ ହେବ? ଧୋକା ଖାଇଲେ। ଦାସ ଭାଇ ପୁଅ ଗପ ଶୁଣିଲେ ,ଗପ ବି ପଢ଼ିଲେ। ସେତିକି ନୁହେଁ, ହିର ହେଲେ କେତେ ମାଲ୍ ନେବେ ସେକଥା ବି ଛିଡ଼େଇଲେ। ଫେଲିମି କାମ ଆରମ୍ଭ କରିବାକୁ ବାହାରିଲେ ପାଢ଼ୀ ଭାଇନା। ଆରେ ଇଏ କ’ଣ? ଦାସ ଭାଇ ପୁଅ କହିଲେ ମୁଁ ବଇନା ନେବି ନାହିଁ। ସବୁ ତ ତୁଟିଲା ଫେଣେ ବଇନା ନବ ନାଇଁ କାହିଁକି? ବୁଝୁ ବୁଝୁ ଜଣାପଡ଼ିଲା,ପାଢ଼ୀ ଭାଇନାଙ୍କ ଫେଲିମିରେ କାମ କରିବାକୁ ପୁଅଙ୍କର ଇଛା ନାହିଁ। ପାଢ଼ୀ ଭାଇନା ପୁରୁଣା ନୋକ, ଅଟକିବେ କିମିତି! ସେ ଏବେ ପୁଅକୁ ଛାଡ଼ି ଆଉ ଜଣଙ୍କୁ ହିର କରିବାକୁ ତୟାର ହେଲେଣି। ଫେଲିମିର ସୁଟିଙ୍ଗି ଆରମ୍ଭ କରିବା କରିବା ହଉସେନ୍ତି।
ଫେଲିମି ରାଇଜର ଜାଣିବା ଶୁଣିବା ନୋକେ କଉସେନ୍ତି, ଇଏ ନୂଆ କଥା ନୁହଁ, ଦୁଇ/ତିନି ବର୍ଷ ଆଗରୁ ଦାସ ଭାଇଙ୍କ ପୁଅ ବି ଏମିତି ଦହଗଞ୍ଜ କରେଇ ଥେଲେ ଜଣେ ପଡୁସରଙ୍କୁ। ସବୁ ହଁ ହାଁ କରି କୁଆଡେ ଚୁପ୍ କିନା ନୁଚି ଯାଇଥେଲେ ସେ।
ପିଛିଲା ବରଷ ଗୋଟାଏ ବି ଫେଲିମିରେ ପୁଅକୁ ଦେଖି ନାହାନ୍ତି ନୋକେ । ଆଉ ସେ ଇମିତି ଫେଲିମି ପରେ ପରେ ଫେଲିମି ଛୁଡୁସେନ୍ତି। ଭଲ ଟୋକାଟା କିଅଣ ଇମିତି ହଉଛି, କିଛି ଜଣାପଡୁନି ହୋ! ମହାପ୍ରୁ ! ଦାସ ଭାଇ ପୁଅଙ୍କୁ ସଦ୍ବୁଦ୍ଧି ଦିଅ ଗୋ। ଆଉ କିଛି ବଦମାସିଅ ନୋକ ତ ଫୁସୁରୁଫାସୁରୁ ହଉସେନ୍ତି- ଟୋକାଟା ବିଗିଡ଼ି ଗଲା କି!