ମୁମ୍ବାଇ: ରଣବୀର ସିଂହ -ଦୀପିକା ପାଦୁକୋନ୍ଙ୍କ ରିସେପସନ୍ ପାର୍ଟିରେ ବଲିଉଡର ସୁପରଷ୍ଟାର୍ ଶାହରୁଖ୍ ଖାନ୍, ସୈଫ୍ ଅଲ୍ଲୀ ଖାନ୍,କରିନା କପୁର,ସାରା ଅଲ୍ଲୀ ଖାନ୍,ରିତେଶ ଦେଶମୁଖ୍,ମାଧୁରୀ ଦୀକ୍ଷିତ ଓ ତାଙ୍କ ସ୍ୱାମୀ ଡ଼ ଶ୍ରୀରାମ ନେନେ,ସୋନୁ ସୁଦ୍ ଓ ତାଙ୍କ ପତ୍ନୀ ,ମଲ୍ଲାଇକା ଅରୋରା,ଅରବାଜ୍ ଖାନ୍ ଓ ତାଙ୍କର ଗର୍ଲଫ୍ରେଣ୍ଡ,ବରୁଣ ଧଓ୍ଵନ୍ ଓ ତାଙ୍କ ଗର୍ଲଫ୍ରେଣ୍ଡ୍ ନାତାଶା,ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍,ପୂଜା ହେଗ୍ଡେ,କୁନାଲ ଖେମୁ ଓ ତାଙ୍କ ପତ୍ନୀ ସୋହା ଅଲ୍ଲୀ ଖାନ୍,ଅମିତାଭ ବଚ୍ଚନ,ପତ୍ନୀ ଜୟା ବଚ୍ଚନ ଓ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ,କ୍ରିତି ସାନନ୍, ସୋନି ରାଜଦାନ୍,ସୋଫି ଚୌଧୁରୀ, କରଣ ଜୋହର ,ଅନନ୍ୟା ପାଣ୍ଡେ,ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ, ଏବଂ ବରିଷ୍ଠ ଅଭିନେତ୍ରୀ ରେଖା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ହେଲେ ସେହି ପାର୍ଟିରେ ଦେଖିବାକୁ ମିଳିଲେନି ଅମୀର ଖାନ । ଏଭଳି କାହିଁକି ହେଲା ତାହା ଜାଣିବାକୁ ଅମୀର ଏବଂ ଦୀପବୀରଙ୍କ ପ୍ରଶଂସକମାନେ ଉତ୍କଣ୍ଠିତ ଅଛନ୍ତି । ଏବେ ଏହାର ଖୁଲାସା ହୋଇଛି।
‘ଠଗ୍ସ ଅଫ୍ ହିନ୍ଦେସ୍ତାନ୍’ଫ୍ଲପ୍ ହେବାପରେ ଏବେ ଅମୀର ଖାନ୍ ଅଜ୍ଞାତବାସରେ ଅଛନ୍ତି। ଏହି କାରଣରୁ ତାଙ୍କୁ ରଣବୀର ସିଂହ -ଦୀପିକା ପାଦୁକୋନ୍ଙ୍କ ମ୍ୟାରେଜ୍ ରିସେପସନ୍ ପାର୍ଟିରେ ଦେଖିବାକୁ ମିଳିଲା ନାହିଁ। ଖାଲି ସେତିକି ନୁହେଁ ତାଙ୍କୁ ମୁକେଶ ଅମ୍ବାନିଙ୍କ ଝିଅ ଇଶାଙ୍କ ବାହାଘରେ ବି ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି।