ପିକେ ସେଟ୍‌ରେ ଦିନକୁ ୧୦ରୁ ୧୫ ପାନ ଖାଉଥିଲେ ଆମିର୍‌

ବଲିଉଡ୍‌ର ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌ ଆମିର ଖାନ୍‌ ନିଜର ପ୍ରତିଟି ଚରିତ୍ରକୁ ନ୍ୟାୟ ଦେବାକୁ ପ୍ରାଣପଣେ ଚେଷ୍ଟା କରନ୍ତି। ତାଙ୍କର ପ୍ରତିଟି ଅଭିନୟ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଯାଏ। ତେଣୁ ୨ବର୍ଷକୁ ଥରେ ଆସୁଥିବା ଆମିର୍‌ଙ୍କ ଚଳଚ୍ଚିତ୍ର ପାଇଁ ଦର୍ଶକ ଅନେଇ ବସନ୍ତି। ତେବେ ‘ପିକେ’ ଚଳଚ୍ଚିତ୍ରରେ ପାନୁଆଙ୍କ ଭଳି ଦେଖାଯିବା ପାଇଁ ଆମିର୍‌ ଦୈନିକ ୧୦ରୁ ୧୨ଟି ପାନ ଖାଉଥିଲେ। ଏକଥା ଖୁବ୍‌ କମ୍‌ ଲୋକ ଜାଣନ୍ତି। ଖାଲି ସେତିକି ନୁହେଁ, ଆମିରଙ୍କ ପାଇଁ ସୁଟିଂ ସେଟ୍‌ରେ ସ୍ବତନ୍ତ୍ର ପାନ ଷ୍ଟଲ୍‌ ମଧ୍ୟ ପକାଯାଇଥିଲା। ଜୀବନରେ କେବେ ପାନ ଖାଇ ନଥିବା ଆମିର ପିକେ ସୁଟିଂ ସମୟରେ କେତେ ଯେ ପାନ ଖାଇଛନ୍ତି, ତାହାର ହିସାବ ନାହିଁ। ଏଥିରୁ କାମ ପ୍ରତି ଆମିରଙ୍କ ଉତ୍ସର୍ଗୀକୃତ ମନୋଭାବ ସ୍ପଷ୍ଟ ବାରି ହେଉଛି।

ସମ୍ବନ୍ଧିତ ଖବର