ସୋସିଆଲ ମିଡିଆରୁ ବିଦାୟ ନେଲେ ଆମିର୍‌

ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର୍‌ ଖାଁ ଆଜି ସୋସିଆଲ ମିଡିଆକୁ ଅଲ୍‌ବିଦା କହିଛନ୍ତି। ଗତକାଲି ତାଙ୍କ ଜନ୍ମଦିନ ଥିବା ବେଳେ ଆଜି ସେ ଏପରି ଘୋଷଣା କରି ତାଙ୍କ ପ୍ରଶଂସକଙ୍କୁ ଆଚମ୍ବିତ କରିଛି। ତେଣୁ ଆମିର୍‌ଙ୍କୁ ଆଉ ଇନ୍‌ଷ୍ଟାଗ୍ରାମ୍‌ କିମ୍ବା ଟ୍ବିଟର୍‌ରେ ଦେଖିବାକୁ ମିଳିବ ନାହିଁ ବୋଲି ଜଣାଯାଇଛି। ଏ ସଂପର୍କ‌‌ରେ ଆମିର୍‌ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଉକ୍ତ ଟ୍ବିଟ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ ଜନ୍ମ ଦିନରେ ଆପଣମାନେ ମୋତେ ଅଜସ୍ର ଭଲପାଇବା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ତେବେ ଏହା ସୋସିଆଲ ମିଡିଆରେ ମୋର ଶେଷ ପୋଷ୍ଟ। କିନ୍ତୁ ଆମେମାନେ ପୂର୍ବପରି କଥାବାର୍ତ୍ତା ଜାରି ରଖିବା। ଅଧିକନ୍ତୁ, ଆମିର୍‌ ଖାନ୍‌ ପ୍ରଡକ୍ସନ୍ସ (ଏକେପି) ଗୋଟିଏ ଅଫିସିଆଲ ଟ୍ବିଟର୍‌ ଆକାଉଣ୍ଟ ଖୋଲା ଯାଇଛି। ସେଥିରେ ମୁଁ ଓ ମୋ ଆଗାମୀ ଚଳଚ୍ଚିତ୍ର ସଂପର୍କରେ ଆପଣମାନେ ଜାଣିପାରିବ‌େ। ଆପଣମାନଙ୍କୁ ମୋର ଅଜସ୍ର ଭଲପାଇବା। ଆମିର୍‌ଙ୍କ ଏହି ଶେଷ ଟ୍ବିଟ୍‌ ପରେ ତାଙ୍କ ଆକାଉଣ୍ଟଟି ଅଚଳ ହୋଇଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଟ୍ବିଟର୍‌ରେ ଆମିର୍‌ଙ୍କ ୨୬.୭ ମିଲିଅନ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ୩.୬ ମିଲିଅନ୍‌ ପ୍ରଶଂସକ ଥିଲେ। ଆମିର୍‌ଙ୍କୁ ଶେଷଥର ପାଇଁ ଦର୍ଶକେ ‘କୋଇ ଜାନେ ନା’ ଚଳଚ୍ଚିତ୍ରର ‘ହର୍‌ ଫନ୍‌ ମୌଲା’ ସଂଗୀତରେ ଦେଖିବାକୁ ପାଇଥିଲେ। ତେବ‌େ ଖୁବ୍‌ଶୀଘ୍ର ଆମିର୍‌ଙ୍କ ଅଭିନୀତ ‘ଲାଲ ସିଂହ ଚଢ଼ା’ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର