ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର୍ ଖାନ୍ ଏବେ ଡେରାଡୁନ୍ରେ ଛୁଟି କାଟୁଛନ୍ତି। ସେ ସେଠାରେ ଜାଖନ୍ରେ ନିଜ ସମ୍ପର୍କୀୟଙ୍କ ଘରେ ଅଛନ୍ତି। ରବିବାର ଦିନ ଆମିରଙ୍କୁ ସେଠାକାର ପିଲାମାନଙ୍କ ସହ କ୍ରିକେଟ ଖେଲୁଥିବା ଦେଖିବାକୁ ମିଳିଛି। ପ୍ରଥମେ ପିଲାମାନେ ଆମିରଙ୍କୁ ଚିହ୍ନି ପାରିନଥିଲେ। ପରେ ସେମାନେ ସମସ୍ତେ ତାଙ୍କ ସହ ଫଟୋ ଉଠାଇଥିଲେ। ଏବେ ଏସବୁ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଆମିରଙ୍କ ଏଭଳି କାର୍ଯ୍ୟକୁ କୋଟି କୋଟି ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି। ‘ଲାଲ୍ ସିଂହ ଚଢ଼ା’ର ସୁଟିଂ ସମୟରେ ଆମିର୍ ଆହତ ହୋଇଥିଲେ। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ଏଥିରେ ଆମିରଙ୍କ ସହ କରୀନା କପୁରଙ୍କୁ ବି ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।
ଗଳି ପିଲାଙ୍କ ସହ କ୍ରିକେଟ୍ ଖେଳୁଛନ୍ତି ଆମିର୍
/sambad/media/post_attachments/wp-content/uploads/2020/12/fsh49s8f4h98sfh4984fsh98fhffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)