ଆଜି ଆମୀରଙ୍କ ଜନ୍ମଦିନ: ଗଣମାଧ୍ୟମରେ କହିଲେ ପତ୍ନୀ କିରଣଙ୍କ ସହ ଛାଡ଼ପତ୍ରର କାରଣ

ମୁମ୍ବାଇ: ଆଜି ସୁପର୍‌ଷ୍ଟାର୍‌ ଆମୀର ଖାନଙ୍କ ଜନ୍ମଦିନ। ୫୭ ବର୍ଷ ବୟସରେ ପାଦ ରଖିଛନ୍ତି ଆମୀର। ଆମୀର ତାଙ୍କ ଦ୍ବିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡ଼ପତ୍ର ଦେବା ନେଇ ବେଶ୍‌ ସମାଲୋଚିତ ହେବା ପରେ ଏହା ତାଙ୍କର ବଡ଼ ଭୁଲ୍‌ ବୋଲି ସେ ଗଣମାଧ୍ୟମରେ ସ୍ବୀକାର କରିଛନ୍ତି।

ଆମୀରଙ୍କ ଜୀବନରେ ଆଉ କେହି ନାରୀ ଅଛନ୍ତି ବୋଲି ସେ କିରଣଙ୍କୁ ଛାଡ଼ପତ୍ର ଦେଇଛନ୍ତି ବୋଲି ଉଠିଥିବା କଥାକୁ ଗୁଜବ ବୋଲି କହିଛନ୍ତି ଆମୀର। ସେ କହିଛନ୍ତି ତାଙ୍କ ଜୀବନରେ ଆଉ କେହି ବି ନାରୀ ନାହାନ୍ତି। ସେ ନିଜ କାମକୁ ଅଧିକ ସମୟ ଦେଉଥିବାରୁ ପରିବାରକୁ ଅଧିକାଂଶ ସମୟରେ ଅଣଦେଖା କରିଛନ୍ତି ଓ ତାହା ହିଁ ତାଙ୍କ ଛାଡ଼ପତ୍ରର କାରଣ।


The Express Tribune

ଆମୀର ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତଙ୍କୁ ବିବାହର ୧୬ ବର୍ଷ ପରେ ଛାଡ଼ପତ୍ର ଦେଇ ପରେ କିରଣ ରାଓଙ୍କୁ ବିବାହ କରିଥିଲେ। କରିଣଙ୍କ ସହ ଆମୀର ୧୫ ବର୍ଷର ବୈବାହିକ ଜୀବନ ବିତାଇବା ପରେ ଗତବର୍ଷ ଛାଡ଼ପତ୍ର ଦେଇଛନ୍ତି।

ଆମୀର ସ୍ବୀକାର କରିଛନ୍ତି ଯେ ତାଙ୍କ ବାପାମାଆ, ଭାଇଭଉଣୀ, ପ୍ରଥମ ପତ୍ନୀ ରୀନା ଦତ୍ତ, ଦ୍ବିତୀୟ ପତ୍ନୀ କିରଣ ରାଓ, ରୀନ‌ାଙ୍କ ବାପାମାଆ, କିରଣଙ୍କ ବାପାମାଆ ଓ ତାଙ୍କର ଆହୁରି ଏମିତି ନିକଟତର ଲୋକମାନଙ୍କୁ ସେ ସମୟ ଦେଇପାରି ନାହାନ୍ତି।

ସେ କହିଛନ୍ତି ୧୮ ବର୍ଷ ବୟସରୁ ସେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେବା ପରେ ଦର୍ଶକଙ୍କୁ ଅଧିକରୁ ଅଧିକ ସମୟ ଦେବା ମୋହରେ ପରିବାର ପ୍ରତି ନିଜର କର୍ତ୍ତବ୍ୟ ଭୁଲି ଯାଇଛନ୍ତି।

ସମ୍ବନ୍ଧିତ ଖବର