ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍ ଏବଂ ରଣବୀର୍ ସିଂହ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ। ଯଦି ଆପଣମାନେ ଭାବୁଥିବେ କି ଏ ଦୁଇ ସେଲିବ୍ରିଟି କୌଣସି ସିନେମାରେ ଏକାଠି କାମ କରିବାକୁ ଯାଉଛନ୍ତି ,ତେବେ ତାହା ଠିକ୍ ନୁହେଁ। ପ୍ରକୃତରେ ଉଭୟେ ଅମୀର ଖାନ୍ ଏବଂ ରଣବୀର୍ ସିଂହ ଏମକ ମୋବାଇଲ ବ୍ରାଣ୍ଡ ଟିଭିସି ପାଇଁ ନିର୍ମିତ ଏକ ବିଜ୍ଞାପନ ସିନେମାରେ କାମ କରିବେ।
photo-financialexpress.comପ୍ରାପ୍ତ ସୂଚନା ଅନୁଯାୟୀ ଅମୀର ଖାନ୍ ତାଙ୍କର ନୂଆ ସିନେମା ‘ଠଗସ୍ ଅଫ୍ ହିନ୍ଦୋସ୍ତାନ୍’ର ସୁଟିଂ ଶେଷ କରିବାପରେ ଏହି ବିଜ୍ଞାପନ ସିନେମାରେ କାମ କରିବେ। କଂପାନି ଅମୀରଙ୍କ ‘ଠଗସ୍ ଅଫ୍ ହିନ୍ଦୋସ୍ତାନ୍’ର ଲୁକରେ ହିଁ ଏହି ସୁଟିଂ କରିବାକୁ ଚହେଁ। ଅମୀର ତାଙ୍କର ନିଶ ଏବଂ ଲମ୍ବା କେଶରେ ଏହି ଆଡ୍ ସୁଟ୍ କରିବେ ବୋଲି ଜଣାଯାଇଛି।
ଅପର ପକ୍ଷରେ ରଣବୀର ସିଂହ ପ୍ରଥମ ଥର ଲାଗି ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍ଙ୍କ ସହ କାମ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି। ସେ ସଂପ୍ରତି ଜୋୟା ଅଖତରଙ୍କ ଅପକମିଂ ସିନେମା ‘ଗୁଲି ବଏ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/aamir-ranveer-zeenews.jpg)