ଝିଅ ନିର୍ବନ୍ଧରେ ଏହି ଗୀତରେ ନାଚିଲେ ଆମୀର, ଭିଡିଓ ‌ହେଲା ଭାଇରାଲ୍‌

ମୁମ୍ବାଇ: ବଲିଉଡ ଅଭିନେତା ଆମୀର ଖାନଙ୍କ ଗେହ୍ଲି ଝିଅ ଆୟରା ଖାନ ଓ ତାଙ୍କର ଦୀର୍ଘ ଦିନର ପ୍ରେମିକ ନୁପୁର ଶିଖରଙ୍କ ମଧ୍ୟରେ ନିର୍ବନ୍ଧ ହୋଇସାରିଛି। ତେବେ ତାଙ୍କ ନିର୍ବନ୍ଧ ବେଳର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନିଜ ଝିଅର ନିର୍ବନ୍ଧରେ ଆମୀର କେଉଁ ଗୀତରେ ନାଚିଛନ୍ତି ଜାଣନ୍ତି? ସେ ନିଜ ଗୀତ ‘ପାପା କେହେତେ ହେଁ ବଡ଼ା ନାମ କରେଗା’ରେ ନୃତ୍ୟ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛନ୍ତି। ଆମୀର ନାଚିବାକୁ ପ୍ରସ୍ତୁତ ହେଉଥିବା ବେଳେ ତଳେ ରହି ପାଟି କରି ତାଙ୍କୁ ଉତ୍ସାହିତ କରୁଛନ୍ତି ତାଙ୍କ ଝିଅ ଆୟରା।

ଆମୀରଙ୍କ ଏହି ନୃତ୍ୟ ଭିଡିଓଟିକୁ ଏବେ ସୋସିଆଲ୍‌ ମିଡିଆରେ ଲେକେ ବହୁ ଭାବେ ପସନ୍ଦ କରୁଛନ୍ତି । ଆମୀରଙ୍କ ସହ ଏହି ଗୀତରେ ଅନ୍ୟ ଜଣେ ବି ନୃତ୍ୟ କରୁଥିବାର ‌ଦେଖିବାକୁ ମିଳିଛି। ଆମୀରଙ୍କୁ ଦେଖିବା ପରେ ଉପସ୍ଥିତ ଅତିଥିମାନେ ବି ନିଜ ଗୋଡ଼ ଛନ୍ଦୁ ଥିବା ନଜର ଆସିଛନ୍ତି। ଆମୀର ଏକ ଧଳା ରଂଗର କୁର୍ତ୍ତା ଓ ପାଇଜାମାରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି।

 

 

View this post on Instagram

 

A post shared by Viral Bhayani (@viralbhayani)

ଆୟରା ଖାନ ତାଙ୍କ ନିର୍ବନ୍ଧ ସମାରୋହରେ ତାଙ୍କ ପ୍ରେମିକ ନୁପୁରଙ୍କ ହାତ ଧରିଥିବାର ନଜର ଆସିଥିଲେ। ଲାଲ୍ ଗାଉନରେ ଆୟରାଙ୍କ ଖୁବ ସୁନ୍ଦର ଦେଖାଯାଉଥିବାବେଳେ ତାଙ୍କ ପ୍ରେମିକ ଏକ କଳା ଟକ୍ସେଡୋରେ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଉଭୟ ଗଣମାଧ୍ୟମ ସାମ୍ନାରେ ରୋମାଣ୍ଟିକ୍ ଫଟୋପୋଜ୍ ଦେଇଥିଲେ। କିଛି ମାସ ପୂର୍ବରୁ, ଏକ କନସର୍ଟ ସମୟରେ ନୁପୁର ଆୟାର ଖାନଙ୍କୁ ପ୍ରପୋଜ କରିଥିଲେ।

ସମ୍ବନ୍ଧିତ ଖବର