ପ୍ରେମିକ ନୂପୁର ଶିଖରେଙ୍କ ପ୍ରସ୍ତାବକୁ ଏପରି ରୋମାଣ୍ଟିକ୍‌ ଅନ୍ଦାଜରେ ହଁ କହିଲେ ଆମୀର ଖାନ୍‌ଙ୍କ ଝିଅ ଇରା

ମୁମ୍ବାଇ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଆଉ ସିଙ୍ଗଲ୍‌ ନାହାନ୍ତି। ସେ ସିଙ୍ଗ୍‌ଲରୁ  ମିଙ୍ଗଲ୍‌ ହେବାର ସମସ୍ତ ପ୍ରକାରର ବନ୍ଦୋବସ୍ତ କରି ସାରିଛନ୍ତି। ସେ ତାଙ୍କ ପ୍ରେମିକ ନୂପୁର ଶିଖରେଙ୍କ ଚଳଚ୍ଚିତ୍ର ଶୈଳୀର ପ୍ରପୋଜ୍‌ରେ ହଁ ଭରି ସେ ପିନ୍ଧାଉଥିବା ମୁଦିକୁ ନିଜ ହାତରେ ପିନ୍ଧିଛନ୍ତି। ସେ ନିଜର ପ୍ରେମ ସଂପର୍କକୁ ଅନ୍ୟ ଏକ ସ୍ତରକୁ ନେଇ ଯିବାକୁ ମନ ସ୍ଥିର କରି ସାରିଛନ୍ତି। ଇରା ନୂପୁରଙ୍କ ସହ ନିର୍ବନ୍ଧ କରି ସାରିଛନ୍ତି। ନିର୍ବନ୍ଧ ବି ସାଧାରଣ ଭାବେ ନୁହେଁ, ବଡ଼ ମଜାଦାର୍‌ ତରିକାରେ ହୋଇଛି। ଏହି ଷ୍ଟାର୍‌ କିଡ୍‌ ତାଙ୍କ ପ୍ରେମିକଙ୍କ ପ୍ରପୋଜାଲ୍‌ର ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି।

 

 

View this post on Instagram

 

A post shared by Ira Khan (@khan.ira)

ନୂପୁର ତାଙ୍କ ପ୍ରେମିକାଙ୍କୁ ଆଇରନ୍‌ ମ୍ୟାନ୍‌ ଇଟାଲି ସୋ‌’ ସମୟରେ ପ୍ରପୋଜ୍‌ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଆପଣ ଦେଖିପାରୁଥିଲେ ଯେ ଫିଟ୍‌ନେସ୍‌ ଟ୍ରେନର୍‌ ନୂପୁର ଶିଖରେ ରେସ୍‌ କଷ୍ଟ୍ୟୁମ୍‌ ପିନ୍ଧି ପ୍ରେମିକା ଇରାଙ୍କ ନିକଟକୁ ଆସୁଛନ୍ତି। ସେ ଆସି ଇରା ଖାନ୍‌ଙ୍କୁ ଚୁମ୍ବନ କରୁଛନ୍ତି। ପୁଣି ନୂପୁର ଚଳଚ୍ଚିତ୍ର ଶୈଳୀରେ ବକ୍ସରୁ ମୁଦି କାଢ଼ି ଇରାଙ୍କୁ ପିନ୍ଧାଇବାକୁ ବାହାରୁଛନ୍ତି। ଇରା ତୁରନ୍ତ ହଁ କହୁଛନ୍ତି ଓ ନୂପୁର ତାଙ୍କୁ ମୁଦି ପିନ୍ଧାଉଛନ୍ତି। ତାପରେ ଦୁହେଁ ରୋମାଣ୍ଟିକ୍‌ ହୋଇ ପଡୁଛନ୍ତି। ତାପରେ ଇରା ନୂପୁରଙ୍କୁ ଓଠରେ ଚୁମ୍ବନ ଦେଉଥିବାର ନଜର ଆସିଛି।

ସମ୍ବନ୍ଧିତ ଖବର