ଫାତିମା ସନା ଶେଖଙ୍କ ସହ ତାଙ୍କର ପ୍ରେମ ସଂପର୍କ ପ୍ରସଙ୍ଗରେ ଆଜି ମୁହଁ ଖୋଲିବେ ଅମୀର ଖାନ୍!

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ନିଜର ପ୍ରତ୍ୟେକ ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ଅଭିନେତା ଅମୀର ଖାନ୍ ମୁମ୍ବାଇର ପ୍ରତ୍ୟେକ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଉଥିଲେ। ଖାଲି ସେତିକି ନୁହେଁ, ସେ ସାମ୍ବାଦିକମାନଙ୍କ ସହ ତାଙ୍କ ବାର୍ଥଡେ କେକ୍ ବି କାଟୁଥିଲେ। କିନ୍ତୁ ଗତ କିଛି ଦିନ ଅମୀର ଏସବୁ କରୁନାହାନ୍ତି।

ଏହାଭିତରେ ତାଙ୍କ ଅଭିନୀତ ‘ଲାଲ ସିଂ ଚଢା’ ରିଲିଜ୍ ହେଲା। ଏଣେ କିରଣ ରାଓଙ୍କଠାରୁ ଅଲଗା ହୋଇଥିଲା। ଖାଲି ସେତିକି ନୁହେଁ, ଫାତିମା ସନା ଶେଖଙ୍କ ସହ ତାଙ୍କର ପ୍ରେମ ସଂପର୍କ ଏପରିକି ତୃତୀୟ ବିବାହ କଥା ବି ତାଙ୍କୁ ଅତିଷ୍ଠ କଲାଣି।  ମୋବାଇଲରେ ପ୍ରଶ୍ନର ଉତ୍ତର ନଦେବା ପାଇଁ ସେ ମୋବାଇଲରେ ଛାଡ଼ିଥିଲେ। ସୋସିଆଲ ମିଡିଆଠାରୁ ବି ଦୂରରେ ରହିଲେ। କିନ୍ତୁ ବର୍ତ୍ତମାନ ବୋଧହୁଏ ଅମୀର ଖାନ୍ ତାଙ୍କୁ ନେଇ ବିଭିନ୍ନ ମହଲରୁ ଉଠୁଥିବା ପ୍ରଶ୍ନରୁ ଦୂରେଇ ଯାଇ ଥକି ଯାଇଛନ୍ତି । ମଙ୍ଗଳବାର ଦିନ ସେ ଦୀର୍ଘ ସମୟ ପରେ ଏକ ମିଡିଆ ଇଭେଣ୍ଟରେ ସାମ୍ବାଦିକଙ୍କ ପ୍ରଶ୍ନର ସାମ୍ନା କରିବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଗିପି ଗ୍ରୁୟାଲଙ୍କ ପଞ୍ଜାବୀ ଚଳଚ୍ଚିତ୍ର ‘କ୍ୟାରି ଅନ୍ ଜଟ୍ଟା -୩’ ର ଟ୍ରେଲର ଲଞ୍ଚରେ ଅମୀର ଖାନ ଉପସ୍ଥିତ ରହିବେ ବୋଲି ଖବର ମିଳିଛି। ତେବେ ତାଙ୍କୁ ନେଇ ଉଠିଥିବା ପ୍ରଶ୍ନର ସେ କି ଉତ୍ତର ଦେବେ, ତାହା ଉପରେ ରହିଛି ସାରା ବଲିଉଡର ନଜର।

ସୂଚନାଯୋଗ୍ୟ, ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ ହେବା ସମୟରେ ଆମୀର ଖାନ କହିଥିଲେ, ‘ଯଦି ମୁଁ କାହାର ହୃଦୟକୁ କୌଣସି ଆଘାତ ଦେଇଛି, ତେବେ ମୁଁ ଏଥିପାଇଁ ଦୁଃଖିତ। କିଛି ଲୋକ ଭାବନ୍ତି ଯେ ମୁଁ ଭାରତକୁ ପସନ୍ଦ କରେ ନାହିଁ, କିନ୍ତୁ ସେମାନଙ୍କର ଚିନ୍ତାଧାରା ସମ୍ପୂର୍ଣ୍ଣ ଭୁଲ ଅଟେ। ମୁଁ ସେହି ଲୋକମାନଙ୍କୁ ସମ୍ମାନ କରେ ଯେଉଁମାନେ ଫିଲ୍ମ ଦେଖିବାକୁ ଚାହାଁନ୍ତି ନାହିଁ, କିନ୍ତୁ ମୁଁ ଅଧିକରୁ ଅଧିକ ଲୋକ ଏହି ଫିଲ୍ମ ଦେଖିବାକୁ ଚାହେଁ। ମୋର ଚଳଚ୍ଚିତ୍ରକୁ ବଏକଟ୍ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର