ମୁମ୍ବାଇ: ବଲିଉଡ୍ ଅଭିନେତା ଆମୀର ଖାନ ପୂରାପୂରି ଭାବେ ତାଙ୍କ ଫୋନ୍କୁ ସୁଇଚ୍ ଅଫ୍ କରିଦେବାକୁ ଚାହାନ୍ତି। ଫଳରେ ତାଙ୍କ କାମ ଓ ବ୍ୟକ୍ତିଗତ ଜୀବନ ଭିତରେ ଫୋନ୍ କେବେ ଆସିବ ନାହିଁ ବୋଲି ସେ କହିଛନ୍ତି।
ଜାଣିବାକୁ ମିଳିଥିଲା ଯେ ନିକଟ ଅତୀତରେ ଆମୀର ତାଙ୍କ ବନ୍ଧୁଙ୍କ ଚଳଚ୍ଚିତ୍ର ‘କୋଇ ଜାନେ ନା’ ସୁଟିଂ ପାଇଁ ଜୟପୁର ଯାଇଥିବା କାରଣରୁ ‘ଲାଲ୍ ସିଂହ ଚଢ଼ା’ ଚଳଚ୍ଚିତ୍ରର ସୁଟିଂ କାର୍ଯ୍ୟରୁ କିଛି ଦିନ ପାଇଁ ବିରତି ନେଇଥିଲେ। ସେ ପୁଣି ଥରେ ମୁମ୍ବାଇ ଆସି ‘ଲାଲ୍ ସିଂହ ଚଢ଼ା’ ଚଳଚ୍ଚିତ୍ର’ରେ କାମ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ରହିଛି। ଆମୀରଙ୍କ ଏହି ଚଳଚ୍ଚିତ୍ରଟି ୨୦୨୧ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।
ଆମୀର ଆଜିଠାରୁ ତାଙ୍କ ଫୋନ୍କୁ ପୂରା ବନ୍ଦ କରିଦେବାର ନିଷ୍ପତ୍ତି ନେଇଥିଲେ। ଆମୀର ଅନୁଭବ କରନ୍ତି ଯେ ସେ ତାଙ୍କର ଫୋନ୍ ନିଶା ପ୍ରବଳ ମାତ୍ରାରେ ଅଛିି, ଯାହାକି ଅଧିକାଂଶ ସମୟରେ ତାଙ୍କ କାମ ଓ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟରେ ପଳେଇ ଆସେ। ସେହି କାରଣରୁ ସେ ସବୁଦିନ ପାଇଁ ଫୋନ୍କୁ ବନ୍ଦ କରିଦେବାକୁ ଚାହାନ୍ତି ବୋଲି କହିଥିଲେ।
କୌଣସି କାମ ସଂପର୍କିତ ଆବଶ୍ୟକତା ଥିଲେ ଯୋଗାଯୋଗ କରିବା ପାଇଁ ତାଙ୍କର ମ୍ୟାନେଜରଙ୍କୁ ଦେଖା କରିବାକୁ ଆମୀର ପରାମର୍ଶ ଦେଇଛନ୍ତି। ଏପରିକି ‘ଲାଲ୍ ସିଂହ ଚଢ଼ା’ ଚଳଚ୍ଚିତ୍ର ମୁକ୍ତିଲାଭ ନକରିବା ପର୍ଯ୍ୟନ୍ତ ତାଙ୍କ ଟିମ୍ ଆମୀରଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍କୁ ବି ବ୍ୟବହାର କରିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।