ଶ୍ରମିକ ଦିବସରେ ଗାଁକୁ ଯାଇ ପାଇପ୍‌ଲାଇନ୍‌ ପାଇଁ ମାଟି ଖୋଳିଲେ ଆମୀର ଖାନ୍‌

ମୁମ୍ବାଇ : ମେ ୧ରେ ବିଶ୍ୱର ଅନେକ ଦେଶରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯାଇଥାଏ । ତେବେ ଏହି ଦିନଟିକୁ ପାଳନ କରିବା ପାଇଁ ଅଭିନେତା ଆମୀର ଖାନ୍‌ ମହାଶ୍ରମଦାନ କରିଥିଲେ । ଶ୍ରମିକ ଦିବସରେ ଆମୀର ଖାନ୍‌ଙ୍କୁ ଦିନ ମଜୁରିଆ ଭଳି କାମ କରୁଥିବାର ଦେଖା ଯାଇଥିଲା । ଏକ ଗାଁରେ ପାଣି ପାଇପ୍‌ଲାଇନ୍‌ ପାଇଁ ମାଟି ଖୋଳା ଯାଉଥିବା ବେଳେ ଆମୀର ଖାନ୍‌ଙ୍କୁ ମାଟି ଖୋଳୁଥିବାର ଦେଖା ଯାଇଥିଲା । ଯାହାର ଫଟୋ ଆମୀର ନିଜେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସକୁ ନିଜ ଅନ୍ଦାଜରେ ପାଳନ କରିବା ସହ ଫଟୋ ସେୟାର କରି ଶୁଭକାମନା ଜଣାଇଥିଲେ ଆମୀର ।

ସୂଚନା ମୁତାବକ, ନିଜର ଏନ୍‌ଜିଓ ପାନି ଫାଉଣ୍ଡେସନ ଦ୍ୱାରା ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ଏକ ଗାଁରେ ଯାଇ ପହଞ୍ଚିଥିଲେ । ଖରାତାପକୁ ଖାତିର ନ କରି ଆମୀର ଫାଓ୍ଵଡ଼ା ଧରି ମାଟି ଖୋଳିଥିଲେ । ଏହି ସମୟରେ ତାଙ୍କ ପତ୍ନୀ କିରଣ ରାଓ ମଧ୍ୟ ତାଙ୍କ ସହ ଥିବା ଦେଖା ଯାଇଥିଲା । ତେବେ ଆମୀରଙ୍କର ଏଭଳି କାମର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର