ଗ୍ରେଗେରୀ ଡେଭିଡ୍ ରବର୍ଟସଙ୍କ ଚର୍ଚ୍ଚିତ ଉପନ୍ୟାସ ‘ଶାନ୍ତାରାମ’ ଉପରେ ନିର୍ମିତ ଫିଲ୍ମରେ ଅମୀର୍ ଖାନ୍ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନ୍‌ ବିଖ୍ୟାତ ଲେଖକ ଗ୍ରେଗେରୀ ଡେଭିଡ୍ ରବର୍ଟସଙ୍କ ଏକ ଚର୍ଚ୍ଚିତ ଉପନ୍ୟାସ ‘ଶାନ୍ତାରାମ’ଙ୍କ ଉପରେଏକ ଫିଲ୍ମରେ କାମ କରିବେ ବୋଲି ଜଣାଯାଇଛି। ଏହି ପୁସ୍ତକଟି ପାଠ କରିବାପରେ ଅମୀର୍ ଖାନ୍ ଏହାର କାହାଣୀରେ କେତେକ ପରିବର୍ତ୍ତନ କରିବାକୁ ସ୍କ୍ରିପ୍ଟ ଲେଖକଙ୍କୁ କହିଛନ୍ତି। ଏବେ ଏହାର ସ୍କ୍ରିପ୍ଟ କାମ ଚାଲିଛି।ଏହି ସିନେମାରେ ଶାନ୍ତାରାମ ବନିବେ ଅମୀର୍।

ନିକଟରେ ଅମୀର୍ ଖାନ୍ ପରବର୍ତ୍ତୀ ସିନେମାର ନାଆଁ ଘୋଷଣା କରିଥିଲେ। ଏହି ସିନେମା ହେଲା ଓସ୍କାର ଆଓ୍ଵାର୍ଡ ଲାଭ କରିଥିବା ଫିଲ୍ମ ‘ଫରେଷ୍ଟ ଗଂପ୍‌’ର ରିମେକ୍‌। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଦ୍ୱୈତ ଚନ୍ଦନ। ଅଦ୍ୱୈତ ଚନ୍ଦନ ପୂର୍ବରୁ ‘ସିକ୍ରେଟ୍‌ ସୁପରଷ୍ଟାର୍‌’ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଅମୀର ଖାନ୍‌ଙ୍କ ଏହି ନୂଆ ସିନେମାର ଟାଇଟଲ ରହିଛି ‘ଲାଲ୍‌ ସିଂହ ଚଢ଼ା’।ବହୁ ଦିନ ତଳୁ ଅମୀର ଖାନ୍‌ଙ୍କ ପାଖରେ ‘ଫରେଷ୍ଟ ଗଂପ୍‌’ର ରିମେକ୍‌ ରାଇଟ୍‌ସ ଥିଲା। ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ସୁପରଫ୍ଲପ୍‌ ହେବା ପରେ ଅମୀର ଖାନ୍‌ କେଉଁ ଫିଲ୍ମରେ କାମ କରିବେ,ତା’କୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ‘ଲାଲସିଂହ ଚଢ଼ା’ଫିଲ୍ମ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କୁହାଯାଉଛି ଯେ,ଖୁବ୍‌ଶୀଘ୍ର ଏହି ସିନେମାର ନାୟିକାଙ୍କ ନାଆଁ ଘୋଷଣା କରାଯିବ। ସବୁଠାରୁ ବଡ଼ କଥା ହେଲା ଯେ ୨୦୨୦ ମସିହା ଦୀପାବଳି ଅବସରରେ ଏହି ସିନେମା ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର