ଏଭଳି ପରିସ୍ଥିତିରେ କିରଣଙ୍କ ସହ ସଂପର୍କ ଆରମ୍ଭ କରିଥିଲେ ଆମୀର,ପ୍ରଥମ ଥର କହିଲେ ପୂରା କାହାଣୀ

ମୁମ୍ବାଇ : ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟ ଆମୀର ଖାନ୍‌ କିଛି ଦିନ ତଳେ ଦେଇଥିବା ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଚୀନ୍‌ ମିଡ଼ିଆକୁ ଦେଇଥିବା ଏକ ସାକ୍ଷାତକାରରେ ଆମୀର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୋଲାଖୋଲି ଭାବେ କଥା ହୋଇଥିଲେ । ଏହି ସାକ୍ଷାତକାରରେ ସେ ତାଙ୍କ ଦ୍ୱିତୀୟ ପତ୍ନୀ କିରଣଙ୍କୁ କିପରି ଦେଖା ହୋଇଥିଲେ ଏବଂ କେଉଁ ପରିସ୍ଥିତିରେ ଦୁଇ ଜଣଙ୍କ ମଧ୍ୟ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା ସେ ବିଷୟରେ ଜଣାଇଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆମୀରଙ୍କ କହିବା ଅନୁଯାୟୀ, ଫିଲ୍ମ ‘ଲଗାନ୍‌’ର ସୁଟିଂ ସମୟରେ ମୁଁ କିରଣଙ୍କୁ ଦେଖା ହୋଇଥିଲି । ଏହି ଫିଲ୍ମରେ ସେ ସହ-ନିର୍ଦ୍ଦେଶକ ଥିବା ବେଳେ ମୁଁ ତାଙ୍କ ସହ ସେତେ କଥା ହୋଇ ନଥିଲି । ସେ ମୋ ପାଇଁ କେବଳ ମୋ ଟିମ୍‌ର ସଦସ୍ୟ ଥିଲେ । ସେ ସମୟରେ ମୋର ପ୍ରଥ ପତ୍ନୀ ରୀନାଙ୍କ ସହ ମୋର ଛାଡ଼ପତ୍ର ହୋଇଥିଲେ ମୁଁ ଏବଂ କିରଣ ପରସ୍ପର ବିଷୟରେ କିଛି ସେଭଳି ଭାବି ନଥିଲୁ । କିରଣ ମୋ ଭଲ ସାଙ୍ଗ ମଧ୍ୟ ନ ଥିଲେ । କିନ୍ତୁ ଥରେ ସେ ମୋତେ ଫୋନ କରି ମୋ ସହ ଅଧଘଣ୍ଟା କଥା ହୋଇଥିଲେ । ସେ ଅଧଘଣ୍ଟା କଥା ହେବା ପରେ ମୋତେ ଖୁସି ଲାଗିଥିଲା । ରୀନାଙ୍କଠାରୁ ଛାଡ଼ପତ୍ର ନେବା ପରେ ମୁଁ ଯେଉଁ ଅବସାଦରେ ଥିଲି ତାହା କିରଣଙ୍କ ସହ କଥା ହେବା ପରେ ଦୂର ହେବାକୁ ଲାଗିଥିଲା । ପରେ ପରେ ମୁଁ ତାଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଥିଲି । ପାଖାପାଖି ଦେଢ଼ ବର୍ଷ ମୁଁ କିରଣଙ୍କୁ ଡ଼େଟ୍‌ କରିବା ପରେ ତାଙ୍କୁ ବିବାହ କରିବାର ନିଷ୍ପତ୍ତିି ନେଇଥିଲି । ଆଜି ମୁଁ ମୋର ସେ ନିଷ୍ପତ୍ତିି ପାଇଁ ଖୁସୀ ବୋଲି ଅମୀର କରିଥିଲେ ।

ସମ୍ବନ୍ଧିତ ଖବର