ମୁମ୍ବାଇ: ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ ଲାଲ୍ ସିଂହ ଚଢ଼ା ଗୁରୁବାର ଅର୍ଥାତ୍ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପର ଏକ ହିନ୍ଦୀ ରିମେକ ଅଟେ। ଏହି ଚଳଚ୍ଚିତ୍ରରେ ଆମୀର ଖାନ, କରୀନା କପୁର, ନାଗା ଚୈତନ୍ୟ ଏବଂ ମୋନା ସିଂ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତେବେ ରିଲିଜ ପୂର୍ବରୁ ହିଁ ଭାରତରେ ଏହି ଚଳଚ୍ଚିତ୍ରକୁ ବହୁତ ବିରୋଧ କରାଯିବା ସହ ଫିଲ୍ମକୁ ବଏକଟ କରିବାକୁ ଦାବି ଜୋର ଧରିଥିଲା।
View this post on Instagram
ରିଲିଜ ପରେ ଏହାର ପ୍ରଭାବ ରହିବ ନାହିଁ ବୋଲି କୁହାଯାଉଥିଲେ ବି ବକ୍ସ ଅଫିସରେ ଏହାର ପ୍ରଭାବ ପଡ଼ିଥିବା ଜଣାପଡ଼ିଛି। ଭାରତରେ ଫିଲ୍ମଟି ଭଲ ବ୍ୟବସାୟ କରିପାରିବ କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଫିଲ୍ମକୁ ମିଳିଛି ଓସ୍କାରର ସମର୍ଥନ। ଓସ୍କାରର ଅଫିସିଆଲ ଆକାଉଣ୍ଟରେ ଫରେଷ୍ଟ ଗମ୍ପ ଏବଂ ଲାଲ ସିଂ ଚଢ଼ାର ଭିଡିଓ ସେୟାର କରି ଆମୀରଙ୍କ ଫିଲ୍ମକୁ ପ୍ରଶଂସା କରାଯାଇଛି।
ତେବେ ଆମୀରଙ୍କ ଅଭିନୀତ ‘ଲାଲ୍ ସିଂହ ଚଢ଼ା’ ରିଲିଜ୍ ହୋଇସାରିିଛି, ହେଲେ ପ୍ରେକ୍ଷାଳୟକୁ ଆସୁନାହାନ୍ତି ଦର୍ଶକ। ଏହି କାରଣରୁ ଥିଏଟର୍ ମାଲିକମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆମୀରଙ୍କ ଏହି ଚଳଚ୍ଚିତ୍ରର ସୋ’କୁ କମ୍ କରି ଦିଆଯାଇଛି। ରିଲିଜ୍ ହେବାର ଗୋଟାଏ ଦିନ ପରେ ଥିଏଟର୍ ମାଲିକମାନେ ଦେଶରେ ଏହି ଫିଲ୍ମର ସ୍କ୍ରିନିଂ କମ୍ କରି ଦେଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ସାରା ଦେଶରେ ଆମୀରଙ୍କ ଚଳଚ୍ଚିତ୍ରର ୧୩୦୦ ସୋ’ ଓ ଅକ୍ଷୟଙ୍କ ଫିଲ୍ମର ୧୦୦୦ ସୋ’ କମ୍ କରି ଦିଆଯାଇଛି।