ଫିଲ୍ମ ‘ମହାଭାରତ’ ଛାଡ଼ି ଏବେ ନିଜର ସୁପରହିଟ୍‌ ଫିଲ୍ମ ‘ଗଜନୀ’ର ସିକ୍ୟୁଏଲ କରିବାକୁ ଯାଉଛନ୍ତି ଆମୀର

ମୁମ୍ବାଇ : କିଛି ଦିନ ତଳେ ଆମୀର ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ ରିଲିଜ୍‌ ହୋଇଥିଲା । ଏହି ଫିଲ୍ମରେ ନଜର ଆସିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ, ଆମୀର ଖାନ୍‌,ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଫାତିମା ସନା ଶେଖ୍‌ । ଫିଲ୍ମକୁ ନେଇ ନିର୍ମାତା ଏବଂ କଳାକାରମାନେ ବେଶ ଆଶାବାଦୀ ଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ସୁପରଫ୍ଲପ୍‌ ହୋଇଥିଲା ।

ଫିଲ୍ମ ଫ୍ଲପ୍‌ ହେବା ପରେ ଆମୀର ସବୁ ଦୋଷ ନିଜ ଉପରେ ନେବା ସହ ଏବେ ସେ ଫିଲ୍ମ ଚୟନ କରିବାର ଶୈଳୀକୁ ବଦଳାଇଥିବା ଜଣାପଡ଼ିଛି । ଦର୍ଶକଙ୍କୁ ସିନେମା ଘରକୁ ଟାଣି ଆଣିବା ଭଳି ଫିଲ୍ମ ତିଆରି କରିବା ପାଇଁ ସେ ମନସ୍ଥ କରିଥିବା ବେଳେ ମହାଭାରତ ଭଳି ଫିଲ୍ମରେ କାମ କରିବେ ନାହିଁ ବୋଲି ନିଷ୍ପତ୍ତି କରିଛନ୍ତି । ମହାଭାରତ ଛାଡ଼ି ସେ ଏବେ ୨୦୦୮ରେ ରିଲିଜ୍‌ ହୋଇଥିବା ତାଙ୍କର ସୁପରହିଟ୍‌ ଫିଲ୍ମ ‘ଗଜନୀ’ର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଯାଉଥିବା ଜଣାପଡ଼ିଛି ।

youtube.com

ସୂଚନା ମୁତାବକ, ଫିଲ୍ମ ନିର୍ମାତା କିଛି ଦିନ ପୂର୍ବରୁ ‘ଗଜନୀ-୨’ର ଟାଇଟଲ ରେଜିଷ୍ଟର କରିଥିବା ଜଣା ପଡ଼ିଛି । ଟାଇଟଲଟି ଉଭୟ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରେଜିଷ୍ଟର କରାଯାଇଛି । ଫିଲ୍ମର ନିର୍ମାତା ‘ଗଜନୀ-୨’କୁ ନେଇ ଅଧିକାରୀକ ଭାବରେ କୌଣସି ଘୋଷଣା କରି ନ ଥିବା ବେଳେ ରେଜିଷ୍ଟ୍ରେସନରୁ ଏହି ଫିଲ୍ମ ତିଆରିର ଯୋଜନା ଚାଲୁଥିବା ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର