ଏହି କାରଣରୁ ଅନୁତାପ କରିଥିଲେ ଅମୀର୍‌ ଖାନ୍‌

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ଅଭିନେତା ଅମୀର୍‌ ଖାନ୍‌ ତାଙ୍କର ସୁଦୀର୍ଘ କ୍ୟାରିଅର୍‌ ଭିତରେ ବେଶ୍‌ କେତୋଟି ହିନ୍ଦୀ ସିନେମାର ଅଫର୍‌କୁ ହାତଛଡ଼ା କରଥିଲେ ।ପରେ ସେହି ଭୂମିକାରେ ଅଭିନୟ କରିଥିବା କଳାକାର ରାତାରାତି ଷ୍ଟାର୍‌ ବନିଥିଲେ। ଏହି କ୍ରମରେ ଆସେ ୧୯୯୧ରେ ମୁକ୍ତିଲାଭ କରିଥିବା ସୋ’ମ୍ୟାନ୍‌ ସୁଭାଷ ଘାଇଙ୍କ ବ୍ଲକ୍‌ବଷ୍ଟର୍‌ ମୁଭି ‘ସୌଦାଗର୍‌’। ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ,ନିର୍ମାତା-ନିର୍ଦ୍ଦେଶକ ସୁଭାଷ ଘାଇ ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ୍‌ ‘ସୌଦାଗର’ରେ ବାସୁ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରଥମେ ଅମୀର୍‌ ଖାନ୍‌ଙ୍କୁ ଅଫର୍‌ ଦେଇଥିଲେ। ସେତେବେଳକୁ ଅମୀର୍‌ଙ୍କ ଫିଲ୍ମ ‘କୟାମତ୍‌ ସେ କୟାମତ୍‌ ତକ୍‌’ ସୁପର୍‌ହିଟ୍‌ ହୋଇ ସାରିଥିଲା।

ସୁଭଷ ଘାଇଙ୍କଠୁଁ କାହାଣୀ ଶୁଣିବାପରେ ଅମୀର୍‌ ଖାନ୍‌ଙ୍କୁ ଲାଗିଲାଯେ,‘ସୌଦାଗର୍‌’ରେ ବାସୁ ଭୂମିକାଟି ଖୁବ୍‌ ସଂକ୍ଷିପ୍ତ। ତା’ଛଡ଼ା ଏଥିରେ ଦିଲୀପ୍‌ କୁମାର ଓ ରାଜ୍‌ କୁମାରଙ୍କ ଭଳି ଦୁଇ ଦିଗ୍‌ଗଜ କଳାକାର ଅଛନ୍ତି। ଏଣୁ ଅମୀର୍‌ ନିଜକୁ ଅସୁରକ୍ଷିତ ମନେ କଲେ।

photo-oneindia

ଅମୀର୍‌ ଖାନ୍‌ ଅରାଜି ହେବାପରେ ସୋ’ମ୍ୟାନ୍‌ ସୁଭାଷ ଘାଇ ଜଣେ ନବାଗତ ବିବେକ୍‌ ମୁଶ୍ରାନ୍‌ଙ୍କୁ ବାସୁ ଚରିତ୍ର ପାଇଁ ଚୁକ୍ତିବଦ୍ଧ କଲେ। ‘ସୌଦାଗର୍‌’ ରିଲିଜ୍‌ ହେବାପରେ ବ୍ଲକ୍‌ବଷ୍ଟର୍‌ ହେଲା।ବିବେକ୍‌ ମୁଶ୍ରାନ୍‌ ରାତାରାତି ଷ୍ଟାର୍‌ ବନିଥିଲେ।ହେଲେ ଅମୀର୍‌ ଖାନ୍‌ ସେତେବେଳେ ଏହି ଭୂମିକାଟି ଛାଡ଼ିଥିବା ହେତୁ ଅନୁତାପ କରିଥିଲେ।ଏକଥାକୁ ସେ ପରେ ସ୍ୱୀକାର କରିଥିଲେ। ଏହା ସଂଯୋଗ ଯେ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ସହିତ ଅମୀର୍‌ ଖାନ୍‌ କୌଣସି ସିନେମାରେ କାମ କରି ନାହାନ୍ତି।

ସମ୍ବନ୍ଧିତ ଖବର