ଦୀପାବଳିରେ ଏହି କାମ କରିବାକୁ ପସନ୍ଦ କରନ୍ତି ସୁପରଷ୍ଟାର ଆମୀର ଖାନ୍‌

ମୁମ୍ବାଇ : ନଭେମ୍ବର ୮ରେ ଚଳଚ୍ଚିତ୍ର ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଅଭିନେତା ଆମୀର ଖାନ୍‌ । ଚଳିତବର୍ଷ ଦୀପାବଳି ଆମୀରଙ୍କ ପାଇଁ ଖାସ୍‌ ହେବାକୁ ଯାଉଛି । ଏହାର କାରଣ ହେଉଛି ନଭେମ୍ବର ୮ରେ ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ନଭେମ୍ବର ୭ରେ ତାଙ୍କ ପତ୍ନୀ କିରଣ ରାଓ ନିଜର ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ତେବେ ଚଳିତବର୍ଷ ଏତେ ସାରା ଖୁସି ତାଙ୍କୁ ଏକା ସାଙ୍ଗରେ ମିଳିଥିବା ବେଳେ ପ୍ରତିବର୍ଷ ଦୀପାବଳିରେ ସେ କିଛି ଅଲଗା କରିଥାନ୍ତି ନିଶ୍ଚୟ।

India Today

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ଆମୀର ନିଜର ଏହି ଅଭ୍ୟାସ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ‘ମୋତେ ଜୁଆ ଖେଳିବାକୁ ବହୁତ ଭଲ ଲାଗେ । କିନ୍ତୁ ମୁଁ ଏହାକୁ ବର୍ଷ ସାରା ଖେଳେ ନାହିଁ । କେବଳ ଦୀପାବଳି ସମୟରେ ହିଁ ମୁଁ ଜୁଆ ଖେଳିଥାଏ । ଜୁଆ ସହ ପରିବାରକୁ ମଧ୍ୟ ସମୟ ଦେଇଥାଏ । ଚଳିତବର୍ଷ କିରଣଙ୍କ ଜନ୍ମଦିନ ଥିବାରୁ ଦୀପାବଳିର ମଜା ଦୁଇଗୁଣ ହୋଇଯିବ।’

ସମ୍ବନ୍ଧିତ ଖବର