ନୂଆଦିଲ୍ଲୀ: ଆମୀର ଖାନଙ୍କୁ ବଲିଉଡର ମିଷ୍ଟର ପର୍‌ଫେକ୍ଟନିଷ୍ଟ କୁହାଯାଏ, କିନ୍ତୁ ଲାଗୁଛି ଯେ ତାଙ୍କ ଜୀବନରେ କିଛି ଠିକ୍ ଚାଲିନାହିଁ । ଦ୍ବିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ସେ ଛାଡପତ୍ର ନେଇସାରିଛନ୍ତି। ତେବେ ଏବେ ଦୁହେଁ ପୁଣି ଏକାଠି ହୋଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓଟି ଫିଲ୍ମ ଜ୍ଞାନ ନାମକ ପୃଷ୍ଠାରୁ ସେୟାର କରାଯାଇଛି । ଭିଡିଓରେ ଆପଣ ଦେଖିପାରିବେ ଯେ ଆମୀର ଖାନ ତାଙ୍କ ପୂର୍ବତନ ପତ୍ନୀ କିରଣଙ୍କ ସହ ଠିଆ ହୋଇଛନ୍ତି ଏବଂ ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଏହି ସମୟରେ ଉଭୟ ବେଶ ଖୁସି ଥିବା ବି ନଜରକୁ ଆସିଛନ୍ତି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି । ଏଥିସହିତ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଧିକାଂଶ ଉପଭୋକ୍ତା ଆମୀର ଖାନଙ୍କୁ ଟ୍ରୋଲ କରୁଥିବା ଦେଖାଯାଉଛି।

ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା ନା ମଜାକ କରୁଥିଲେ।