ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଅମିର ଖାନଙ୍କ ପୁଅ ଜୁନୈଦ ଖାନ ସିନେମା ‘ମହାରାଜ’ ଜରିଆରେ ଅଭିନୟରେ ଡେବ୍ୟୁ କରିଛନ୍ତି। ଏହି ସିନେମା ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି। ଦର୍ଶକ ବି ଜୁନୈଦଙ୍କ କାମ ଓ ଅଭିନୟକୁ ଭୁରିଭୁରି ପ୍ରଶଂସା କରୁଛନ୍ତି। କିନ୍ତୁ ଜୁନୈଦଙ୍କ କିଛି ବିବୃତିରୁ ଅନୁମାନ ହେଉଛି ସେ ତାଙ୍କ କାମକୁ ନେଇ ଖୁସି ନାହାନ୍ତି।

Advertisment

ଜୁନୈଦ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ‘ମୋର କାମକୁ ନେଇ ଦର୍ଶକ ଦେଉଥିବା ଭଲ ପାଇବାକୁ ମୁଁ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ। ଆଶା ଠାରୁ ଅଧିକ ଭଲ ପାଇବା ଦେଉଥିବାରୁ ଦର୍ଶକଙ୍କୁ ଅନେକ ଅନେକ ଧନ୍ୟବାଦ। ମୋ ପାଇଁ ଏହି ସିନେମାଯାତ୍ରା ଦୀର୍ଘ ଥିଲା। ଖୁବ ପରିଶ୍ରମ କରିବାକୁ ପଡ଼ିଛି । ଓଜନ ବି ହ୍ରାସ କରିଛି। ଯାହା ହୋଇଥାଏ ଭଲ ପାଇଁ ହୋଇଥାଏ। ଶେଷରେ ସବୁକିଛି ଠିକ ହୋଇଯାଇଥାଏ।

‘ମହାରାଜ’ ସିନେମା ଅନେକ ଖୁସି ଓ ଭଲପାଇବାର ସହିତ ନିର୍ମାଣ କରାଯାଇଛି। ସମ୍ମାନ ଓ ରୁଚିକୁ ଦୃଷ୍ଟିରେ ରଖି ବି ସିନେମା ପ୍ରସ୍ତୁତ ହୋଇଛି। ସିନେମାକୁ ଅନେକ ‌ଲୋକ ପସନ୍ଦ କରୁଛନ୍ତି। ଓଟିଟିରେ ରିଲିଜ ହେବାପରେ ମୋ ପାଖକୁ ଦର୍ଶକଙ୍କ କ୍ରମାଗତ ଶୁଭେଚ୍ଛାର ସୁଅ ଛୁଟୁଛି। କିନ୍ତୁ ମୁଁ ଜାଣିଛି ଏବେ ବି ମୋ ଭିତରେ ଅନେକ କମି ରହିଛି। ଯାହାକୁ ମୋତେ ସୁଧାରିବାକୁ ହେବ।

ପୁଅ ଅଭିନୟରେ ପାଦ ଦେବା ପୂର୍ବରୁ ଅମୀର କହିଥିଲେ, “ଯଦି ଭବିଷ୍ୟତରେ କେବେ ମୋ ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଏ ତେବେ ମୁଁ ଚାହିଁବି ମୋ ପୁଅ ମୋ ଚରିତ୍ରରେ ଅଭିନୟ କରୁ। କାରଣ ମୋର ବିଶ୍ୱାସ ଜୁନୈଦ ପରଦାରେ ମୋ ଚରିତ୍ରକୁ ଭଲ ଭାବେ ପ୍ରଦର୍ଶିତ କରିପାରିବ”।

ଜୁନୈଦ ଅମିରଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ପୁଅ।