ମୁମ୍ବାଇ: ଦେଶରେ ପ୍ଲାଷ୍ଟିକ୍ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ସୁପର୍ଷ୍ଟାର୍ ଆମୀର ଖାନ୍। ଆଗାମୀ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ ପ୍ଲାଷ୍ଟିକ୍ ଲଞ୍ଚ୍ କରିବାକୁ ଯାଉଛନ୍ତି ଯାହାକି କେବଳ ଥରେ ମାତ୍ର ବ୍ୟବହାର କରି ହେବ। ଗତ ସ୍ୱାଧୀନତା ଦିବସରେ ମୋଦୀ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍କୀ ବାତ୍’ରେ ଏପରି କହିବା ପରେ ସୁପର୍ଷ୍ଟାର୍ ଆମୀର ତାହାକୁ ସମର୍ଥନ ଦେଇ ଚାଲିଛନ୍ତି।
ଆମୀର ତାଙ୍କ ଇନ୍ଷ୍ଟା ପୋଷ୍ଟ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିସନ୍କୁ ସମସ୍ତେ ସମର୍ଥନ ଦିଅନ୍ତୁ ବୋଲି ଆମୀର କହିଛନ୍ତି।
କେବଳ ଆମୀର ନୁହଁନ୍ତି ପ୍ଲାଷ୍ଟିକ୍ ବ୍ୟାନ୍କୁ ସମର୍ଥନ କରି ସଲମାନ ବି ପୂର୍ବରୁ ଭାଇରାଲ୍ ହୋଇଛନ୍ତି। ସଲମାନଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଘୂରି ବୁଲୁଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ସଲମାନ କହିଥିଲେ ‘ବଜରଙ୍ଗୀ ଭାଇଜାନ୍ ପ୍ଲାଷ୍ଟିକ୍ ବୋତଲ୍ରେ ପାଣି ପିଏ ନାହିଁ’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/1566812004-Add_heading_35.jpg)